ଦେଶର ନୂଆ କେନ୍ଦ୍ରୀୟ ସତର୍କତା ଆୟୁକ୍ତ(ସିଭିସି) ହେବେ ସଞ୍ଜୟ କୋଠାରୀ
1 min read
ଆଓରି-ନୂଆଦିଲ୍ଲୀ(୧୯/୦୨) : ସଞ୍ଜୟ କୋଠାରୀ ହେବେ ଦେଶର ସିଭିସି । ରାଷ୍ଟ୍ରପତିଙ୍କ ସଚିବ ସଞ୍ଜୟ କୋଠାରୀ ଏବେ ଦେଶର ନୂଆ କେନ୍ଦ୍ରୀୟ ସତର୍କତା ଆୟୁକ୍ତ(ସିଭିସି) ହେବେ । ଏଥିସହିତ ବିମଳ ଜୁଳ୍କା ନୂଆ ମୁଖ୍ୟ ସୂଚନା ଆୟୁକ୍ତ (ସିଆଇସି) ହେବେ ।
କୋଠାରୀ ହରିୟାଣା କ୍ୟାଡାରର ୧୯୭୮ବ୍ୟାଚ୍ର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗବାର ଦିନ ଶନ୍ଧ୍ୟାରେ ହୋଇଥିବା ଚୟନ ସମିତିର ଉଚ୍ଚସ୍ତରୀୟ ବୈଠକରେ ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରାଯାଇଯାଇଛି।
ଏହି ସୂଚନା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଦେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଔପଚାରିକ ଅନୁମୋଦନ ପରେ ନିଯୁକ୍ତି ସମ୍ପର୍କିତ ଆଦେଶ ଆଜି ଅର୍ଥାତ ବୁଧବାର ଦିନ ଜାରି କରାଯିବ । ତେବେ ଏଠି କହିରଖୁଛୁ ଯେ, ମୁଖ୍ୟ ସତର୍କତା ଆୟୁକ୍ତ ପଦ ଜୁନ୍ ୨୦୧୯ରୁ ଖାଲି ପଡିଥିଲା ।