ଦିଳ୍ଲୀ ରାଜପଥର ହୁନର ହାଟରେ କୁହ୍ଲଡରେ ଚା ପିଇବା ସହିତ ଲିଟି-ଚୋଖା ଖାଇଲେ ନରେନ୍ଦ୍ର ମୋଦି
1 min read
ଆଓରି-ନୂଆଦିଲ୍ଲୀ(୧୯/୦୨) : ପ୍ରଧାନମନ୍ତ୍ରୀ ଦିଲ୍ଲୀର ହୁନର ହାଟରେ ଟିଫିନ୍ କରିବା ସହ କୁହ୍ଲଡରେ ଚାଁ ମଧ୍ୟ ପିଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବୁଧବାର ଦିନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପହଞ୍ଚିଯାଇଥିଲେ ଦିଳ୍ଲୀ ରାଜପଥର ହୁନର ହାଟରେ । ସେଠାରେ ପହଞ୍ଚି ମୋଦି କିଛି କଳାକାରଙ୍କୁ ସାକ୍ଷାତ କରିବା ସହ ଲିଟି-ଚୋଖା ଖାଇଥିଲେ, ଏଥିସହିତ କୁହ୍ଳଡରେ ଚା’ ମଧ୍ୟ ପିଇଥିଲେ ।
ମୋଦି ହଠାତ୍ କ୍ୟାବିନେଟ୍ ମିଟିଂ ଶେଷକରି ପହଞ୍ଚିଥିଲେ ହୁନର ହାଟରେ । ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଇଥିଲା । ହୁନର ହାଟରେ ମୋଦି ପାଖାପାଖି ୫୦ମିନିଟ୍ ରହିଥିଲେ । ଏହି ସମୟରେ ସେ ଲିଟି-ଚୋଖା ଖାଇଥିଲେ । ଯାହା ଗହମର ଅଟାରୁ ଗୋଲ୍ ଗୋଲ୍ ଆକୃତିର ତିଆରି ହୋଇ ତା ଭିତରେ ଯଅ ଦିଆଯାଇଥାଏ । ଏହି ଲିଟି-ଚୋଖା ଖାଇସାରିବା ପରେ ଏହାର ମୂଲ୍ୟ ବାବଦକୁ ମୋଦି ୧୨୦ଟଙ୍କା ପେମେଣ୍ଟ କରିଥିଲେ ।
ତେବେ ଏହି ଲିଟି ଚୋଖା ବିହାର, ପୂର୍ବ ଉତ୍ତର ପ୍ରଦେଶ ଓ ଝାଡଖଣ୍ଡ ରେ ବହୁତ ଲୋକପ୍ରିୟ ଖାଇବା । ସେହିପରି କୁହ୍ଲଡରେ ଚା’ ପିଇବା ବାବଦକୁ ମୋଦି ୪୦ଟଙ୍କା ପେମେଣ୍ଟ କରିଥିଲେ । ଏଠି କହି ରଖୁଛୁ ହୁନର ହାଟର ଆୟୋଜନ କରିଛି ଅଳ୍ପସଂଖ୍ୟକ ମନ୍ତ୍ରାଳୟ । ମୋଦି ହାଟ ବୁଲିବା ସହ ହାଟର ହାଲଚାଲ୍ ମଧ୍ୟ ବୁଲି ଦେଖିଥିଲେ ।