April 2, 2023

୬ଟି ନୂତନ ପରମାଣୁ ପନଡୁବୀ ନୌସେନାରେ ସାମିଲ କରିବ ଭାରତ

1 min read
Indian Navy Aajira Odisha

ଆଓରି-ନୂଆଦିଲ୍ଲୀ(୨୧/୦୨) : ଭାରତ ମହାସାଗରରେ ଚୀନ ଏବଂ ପାକିସ୍ତାନ ଠାରୁ ବିପଦ ସଙ୍କେତ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ସୁରକ୍ଷା ବଢାଇବାରେ ଲାଗିଛି। ନୌସେନାର ଶକ୍ତି ବୃଦ୍ଧି ପାଇଁ ଆଉ ୬ଟି ନୂତନ ପରମାଣୁ ପନଡୁବୀ ନୌସେନାରେ ସାମିଲ କରିବାକୁ ଭାରତ ପ୍ରସ୍ତୁତି କରୁଛି। ୧.୨ ଲକ୍ଷ କୋଟିର ଏହି ଚୁକ୍ତିକୁ ସରକାର ଖୁବ୍ ଶୀଘ୍ର ମଞ୍ଜୁରୀ ଦେବେ।

ଯଦି ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ଯୋଜନା ଅନୁସାରେ କାର୍ଯ୍ୟ ହେବ ତେବେ ଆସନ୍ତା ୧୦ ବର୍ଷ ମଧ୍ୟରେ ପନଡୁବୀ ଗୁଡ଼ିକ ଭାରତୀୟ ନୌସେନାରେ ସାମିଲ ହେବ। ଡିଆରଡିଓର ସହଯୋଗରେ ନୌସେନା ଏହି ପନଡୁବୀ ଗୁଡିକର ଡିଜାଇନ ପ୍ରସ୍ତୁତ କରିବାକୁ ଯାଉଛି।

୨୦୧୫ରେ ମୋଦି ସରକାର ଭାରତୀୟ ନୌସେନା ପାଇଁ ୬ଟି ପରମାଣୁ ପନଡୁବୀ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଥିଲେ। ଏହି ପନଡୁବୀ ଗୁଡିକୁ ବିଶାଖାପାଟନମରେ ସିପ୍ ବିଲ୍ଡିଙ୍ଗ୍ ସେଣ୍ଟରରେ ନିର୍ମାଣ କରାଯିବ। ଭାରତୀୟ ନୌସେନାରେ ଏବେ ସମୁଦାୟ ୧୫ଟି ପନଡୁବୀ ରହିଛି।

 

Leave a Reply

Your email address will not be published.

Copyright © All rights reserved. | Newsphere by AF themes.