March 23, 2023

ଆଜମ ଖାନ ନାମରେ ୱାରେଣ୍ଟ ଜାରି କଲା ରାମପୁର ଏସିଜିଏମ୍‌ କୋର୍ଟ

1 min read
Rampur ACGM Court lodged FIR against Azam Khan

ଆଓରି-ନୂଆଦିଲ୍ଲୀ(୦୬/୦୯) : ଉତ୍ତର ପ୍ରଦେଶ ରାମପୁରର ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୦୧୦ର ଏକ ପୁରୁଣା ମାମଲାରେ ରାମପୁର ଏସିଜିଏମ୍‌ କୋର୍ଟ ଆଜମ ଖାନଙ୍କ ନାମରେ ୱାରେଣ୍ଟ ଜାରି କରିଛନ୍ତି। ସେପ୍ଟେମ୍ବର ୧୧ ତାରିଖରେ କୋର୍ଟରେ ହାଜର ହେବାକୁ ନୋଟିସରେ କୁହାଯାଇଛି। ପୁଲିସ ଏହି ୱାରେଣ୍ଟକୁ ତାଙ୍କ ଘରେ ଲଗାଇ ଦେଇଛି।

ସୂଚନାଯୋଗ୍ୟ, ଗତ ଗୁରୁବାର ଆଜମ ଖାନଙ୍କ ହମ୍‌ସଫର ରିସର୍ଟରେ ବିଦ୍ୟୁତ ଏବଂ ପାଣି ଚୋରି ହେଉଥିବା ଜଣାପଡ଼ିଥିଲା। ଏହା ପରେ ରିସର୍ଟର ବିଦ୍ୟୁତ ଏବଂ ପାଣି ସଂଯୋଗ କାଟି ଦିଆଯାଇଥିଲା। ବିଦ୍ୟୁତ ଚୋରି ଘଟଣାରେ ଅଭିଯୋଗ ଦାଖଲ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ରିସର୍ଟରେ ପାଣିର ଅପବ୍ୟବହାର ଘଟଣାର ତଦନ୍ତ କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ଆଜମ ଖାନଙ୍କ ପତ୍ନୀ ତଥା ରାଜ୍ୟସଭା ସଦସ୍ୟ ଡା. ତଜୀନ ଫାତ୍ମାଙ୍କ ନାମରେ ରିସର୍ଟରେ ବିଦ୍ୟୁତ ସଂଯୋଗ କରାଯାଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.