March 21, 2023

ଲତା ମଙ୍ଗେସକରଙ୍କ ଜନ୍ମ ଦିବସରେ ଡଟର ଅଫ୍‍ ଦି ନେଶନ୍‍ ସମ୍ମାନରେ ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ

1 min read
Narendra-Modi-will-be-awarded-lata-mangeshkar-as-Daughter-of-nation-award

ଆଓରି-ନୂଆଦିଲ୍ଲୀ(୦୬/୦୯) : କୋକିଳ କଣ୍ଠି ଲତା ମଙ୍ଗେସକରଙ୍କୁ ତାଙ୍କ ୯୦ ତମ ଜନ୍ମ ଦିବସରେ ଭାରତ ସରକାର ଏକ ବିଶେଷ ସମ୍ମାନରେ ସମ୍ମାନିତ କରିବେ। ଆସନ୍ତା ୨୮ ତାରିଖ ଲତାଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ‘ଡଟର ଅଫ୍‍ ଦି ନେଶନ୍‍’ ସମ୍ମାନରେ ସମ୍ମାନିତ କରିବେ ବୋଲି ସୂଚନା ମିଳିଛି। ସାତ ଦଶକ ଧରି ଭାରତୀୟ ସଙ୍ଗୀତ କ୍ଷେତ୍ରରେ ଲତାଙ୍କର ବଳିଷ୍ଠ ଯୋଗଦାନ ପାଇଁ ଭାରତ ସରକାର ତାଙ୍କୁ ଏହି ବିଶେଷ ସମ୍ମାନ ପ୍ରଦାନ କରିପାରନ୍ତି।

ସୂଚନା ଅନୁସାରେ, ଗୀତିକାର ପ୍ରସୁନ ଜୋଶୀ ଏହି ଖାସ୍‍ ଅବସର ପାଇଁ ଏକ ଗୀତ ମଧ୍ୟ ଲେଖିଛନ୍ତି। ସରକାରଙ୍କ ନିକଟତମ ସୂତ୍ରରୁ ପ୍ରକାଶ ଯେ, ‘ମୋଦୀ ହେଉଛନ୍ତି ଲତା ମଙ୍ଗେସକରଙ୍କ କଣ୍ଠର ପ୍ରଶଂସକ। ଲତା ଦେଶର ସ୍ୱରର ପ୍ରତିନିଧିତ୍ୱ କରନ୍ତି। ତାଙ୍କୁ ସମ୍ମାନିତ କରିବା ଦେଶର ଝିଅକୁ ସମ୍ମାନିତ କରିବା ସହ ସମାନ। ତେଣୁ ଲତାଙ୍କୁ ବିଧିବଦ୍ଧ ଭାବେ ଦେଶର ପୁତ୍ରୀ ଟାଇଟଲରେ ସମ୍ମାନିତ କରାଯିବ’।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.