March 17, 2023

ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଲେ ଆପ୍‌ ବିଧାୟିକା ଅଳକା ଲାମ୍ବା

1 min read
Alka-Lamba-quits-AAP-Party-Aajira-Odisha

ଆଓରି-ନୂଆଦିଲ୍ଲୀ(୦୬/୦୯) : ଆମ୍‌ ଆଦମୀ ପାର୍ଟି(ଆପ୍‌) ବିଧାୟିକା ଅଳକା ଲାମ୍ବା ଶୁକ୍ରବାର ଦଳ ଛାଡ଼ିଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ଦଳକୁ ଗୁଡ୍‌ବାଏ କହିବାର ସମୟ ଆସିଛି ବୋଲି ୪୩ ବର୍ଷୀୟା ଅଳକା ଟ୍ଵିଟ୍‌ କରି କହିଛନ୍ତି।

ଅଳକା ଚାନ୍ଦିନୀଚୌକ ବିଧାନସଭା ଆସନରୁ ଆପ୍‌ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଦଳୀୟ ନେତୃତ୍ଵ ସହିତ ତାଙ୍କ ମତଭେଦ କାରଣରୁ ସେ ଅସନ୍ତୁଷ୍ଟ ଥିଲେ। ୨୦୨୦ରେ ସେ ଦଳ ଛାଡ଼ିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ହଠାତ୍‌ ଶୁକ୍ରବାର ସେ ଦଳରୁ ଇସ୍ତଫା ଦେଇଛନ୍ତି। ନିକଟରେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଏହା ପରେ ଆପ୍‌ରୁ ଇସ୍ତଫା ଦେଇଥିବାରୁ ସେ କଂଗ୍ରେସକୁ ଫେରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଳକା କଂଗ୍ରେସରୁ ହିଁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୪ରେ ସେ କଂଗ୍ରେସର ଛାତ୍ରନେତା ଭାବେ ରାଜନୀତିରେ ପାଦ ଦେଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.