May 19, 2024

ଗୁରୁଗ୍ରାମ ଠାରେ ପାଳିତ ହେଲା ଦ୍ଵିତୀୟ ଭବ୍ୟ ରଜପର୍ବ

1 min read

ଆଓରି-ନୂଆଦିଲ୍ଲୀ(୧୭/୦୬) : ଗତକାଲି ରଜମହୋତ୍ସବ ସୁଦୂର ନୂଆଦିଲ୍ଲୀ(ଜୁଏଲ ଗାର୍ଡେନ, ଗୁରୁଗ୍ରାମ) ଠାରେ ବହୁ ଧୂମଧାମର ସହିତ ପାଳିତ ହୋଇଯାଇଛି | ଏହି ରଜମହୋତ୍ସବ ଦିଲ୍ଲୀସ୍ଥିତ ବେସରକାରୀ ସଂସ୍ଥା କଳିଙ୍ଗ ଭାରତୀ ଫାଉଣ୍ଡେସନ ଏବଂ ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ସହଯୋଗରେ ଆୟୋଜିତ କରଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଏମ୍‌ଏସ୍‌ଏମ୍‌ଇ(MSME) ଓ ମତ୍ସ୍ୟ, ଗୋ-ପାଳନ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଢଙ୍ଗୀ(ନନା) ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶୁଭୋଦଘାଟନ କରିଥିଲେ । ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରପଡା ଜିଲ୍ଲାର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ଜୟ ପଣ୍ଡା ମଧ୍ୟ ଯୋଗଦାନ କରିଥିଲେ । ଓଡିଶା ବାହାରେ ଏହିଭଳି ବିରାଟ ରଜ ପର୍ବର ଆୟୋଜନ ଦେଖି ଦୁଇ ଅତିଥି ମନ୍ତ୍ରମୁଗ୍ଧ ହୋଇ ଆୟୋଜକ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦୦୦ ରୁ ଊର୍ଦ୍ଧ୍ଵ ଓଡିଆ ଦର୍ଶକ ଉପସ୍ଥିତ ହୋଇ ରଜଦୋଳି, ଓଡିଆ ଖାଦ୍ୟ ସହିତ ବିଭିନ୍ନ ପ୍ରତିଯୋଗୀତାରେ ନିଜକୁ ନିୟୋଜିତ କରି ରଜପର୍ବର ଶୋଭା ବଢାଇଥିଲେ । ଏହି କାର୍ଯ୍ୟକ୍ରମକୁ ସଙ୍ଗୀତମୟ ଆସର , କୁନି ପିଲାଙ୍କର ନୃତ୍ୟ ଓ ଗୀତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ମହିଳା ମାନଙ୍କ ପାଇଁ ହୁଳହୁଳି , ଶଙ୍ଖବାଦନ ,ସଂଗୀତ, ଝୋଟି , ଶ୍ରେଷ୍ଠ ଓଡିଆଣୀର ପ୍ରତିଯୋଗୀତା ରଖାଯାଇଥିଲା ।

ବହୁଳ ସଂଖ୍ୟାରେ ଯୋଗଦାନ କରି ଦ୍ଵିତୀୟ ରଜମହୋତ୍ସବକୁ ସଫଳ କରିଥିବାରୁ ମୁଖ୍ୟ ଆୟୋଜକ କଳିଙ୍ଗଭାରତୀ ଫାଉନ୍ଡେସନର ସଭାପତି ଶ୍ରୀ ଅକ୍ଷୟ ସାମଲ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାଂପନ କରିଥିଲେ । ରାଷ୍ଟ୍ରୀୟ ପ୍ରବାସି ଓଡିଆ ପରିବାର ତରଫରୁ ଶ୍ରୀଯୁକ୍ତ ସଂଗ୍ରାମ ଧର, ପ୍ରବୀର ମହାନ୍ତି, ପ୍ରୀତମ ନାୟକ, ଶ୍ରୀମତୀ ରୀତା ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.