April 20, 2024

ରଥଯାତ୍ରାର ଶେଷ ସମନ୍ୱୟ ବୈଠକମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ

1 min read

ଆଓରି-ପୁରୀ(୨୮/୦୬): ଆଜି ରଥଯାତ୍ରାର ଚତୁର୍ଥ ତଥା ଶେଷ ସମନ୍ୱୟ ବୈଠକ । ଏହି ଶେଷ ସମନ୍ୱୟ ବୈଠକ ଅତ୍ୟନ୍ତ ଗୁରତ୍ୱପୁର୍ଣ୍ଣ ରହିଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିଛନ୍ତି । ମୁଖ୍ୟମନ୍ତ୍ରୀ ବୈଠକରେ ରଥଯାତ୍ରାର ସମ୍ପୁର୍ଣ୍ଣ ସମୀକ୍ଷା କରିବେ । ନୀଳାଦ୍ରୀ ଭକ୍ତ ନିବାସରେ ଏହି ଗୁରୁତ୍ୱପୁର୍ଣ୍ଣ ବୈଠକ ଚାଲିଛି । ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମେତ ଆଇନମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ଥିବା ବେଳେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢି ଓ ପୋଲିସ ମହାନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ରହିଛନ୍ତି । ପୂର୍ବାହ୍ନ 11ଟାରୁ ଆରମ୍ଭ ହୋଇଛି ଏହି ବୈଠକ । ଏହି ଅବସରରେ ମଙ୍ଗଳଦୀପ ଧୂପକାଠିର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିରରୁ ବାହାରୁଥିବା ଫୁଲ, ତୁଳସୀକୁ ନେଇ ପ୍ରସ୍ତୁତ ହେବ ମଙ୍ଗଳଦୀପ ଧୂପକାଠି ।

ରଥଯାତ୍ରା କିଭଳି ସୁରୁଖୁରୁରେ ସମ୍ପାଦନ ହେବ ସେନେଇ ଏହି ବୈଠକ ବସିଛି । ରାଜସ୍ୱମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ମଧ୍ୟ ଏହି ବୈଠକରେ ଯୋଗଦେଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ ଓ ସମସ୍ତ ବିଭାଗୀୟ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିଛନ୍ତି । ରଥ ନିର୍ମାଣ ଠାରୁ ଆରମ୍ଭ କରି ଘୋଷଯାତ୍ରାର ନୀତିକାନ୍ତି ଓ ପୁରୀର ସାମଗ୍ରିକ ସମସ୍ୟା ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେଉଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.