ସିଂହଦ୍ଵାର ସମ୍ମୁଖକୁ ଅଣାଗଲା ତିନି ରଥ
1 min read
ଆଓରି-ଭୁବନେଶ୍ଵର(୦୩/୦୭) : ଆସନ୍ତା କାଲି ଗୁରୁବାର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ସ୍ଥାନରୁ ପୁରୀକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଏହି ଅବସରରେ ବୁଧବାର ଉଭା ଅମାବାସ୍ୟାରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ରୀତି ନୀତି ଅନୁଷ୍ଠିତ ହେଉଛି। ଭକ୍ତମାନେ ଆଜି ବାହାର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି।
ଅନ୍ୟପକ୍ଷରେ ତିନି ବାଡ଼ରୁ ଆଜ୍ଞା ମାଳ ବିଜେ କରିଛନ୍ତି। ରଥଖଳାରୁ ତିନି ରଥ ସିଂହଦ୍ଵାର ସମ୍ମୁଖକୁ ବିଜେ କରିଛନ୍ତି। ପୁଲିସ ବାହିନୀ ସହାୟତାରେ ତିନି ରଥକୁ ସିଂହଦ୍ଵାର ସମ୍ମୁଖକୁ ଅଣାଯାଇଛି ।