ଆତଙ୍କବାଦୀକୁ ‘ଜୀ’ ସମ୍ବୋଧନ କରି ଫସିଲେ ରାହୁଲ ଗାନ୍ଧୀ
1 min read
ଆଓରି-ନୂଆଦିଲ୍ଲୀ(୧୨/୦୩) : କେବେ ଶିଖିବେ ରାହୁଲ ? ବିବାଦୀୟ ମନ୍ତବ୍ୟ ଦେଇ ରାଜନୈତିକ ରୁଟି ସେକିବା ଯଦିଓ ଟ୍ରେଣ୍ଡ ହୋଇଗଲାଣି ତଥାପି ଦେଶ ବିରୋଧୀ ମନ୍ତବ୍ୟ ଦେବା କେତେଦୂର ଠିକ୍ ? ହଁ ଆଜ୍ଞା ଦେଶର ସବୁଠୁ ପୁରୁଣା ପାର୍ଟି କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଉ ଏକ ମନ୍ତବ୍ୟ ଚହଳ ପକାଇଛି । ଏଥର ରାଫେଲ କି ଚାଷୀଙ୍କ ମୁଦ୍ଦା ନୁହେଁ ବରଂ ଜଣେ ଆତଙ୍କବାଦୀକୁ ଜୀ (ଆଜ୍ଞା) ବୋଲି ସମ୍ବୋଧନ କରି ଚର୍ଚ୍ଚାର କେନ୍ଦ୍ରକୁ ଟାଣି ହୋଇ ଆସିଛନ୍ତି ରାହୁଲ ।
ଦିଲ୍ଲୀରେ କଂଗ୍ରେସର ‘ମେରା ବୁଥ, ମେରା ଗୌରବ’ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଜନାତାଙ୍କୁ ସମ୍ବୋଧିତ କରିବା ଅବସରରେ ରାହୁଲ ଗାନ୍ଧି କହିଥିଲେ, ଅଜିତ ଡୋଭାଲ ଖୋଦ ‘ମସୁଦ ଅଜହର ଜୀ’କୁ କନ୍ଧାର ଛାଡ଼ିବାକୁ ଏୟାରକ୍ରାଫ୍ଟରେ ଯାଇଥିଲେ ।
ରାହୁଲଙ୍କ ଏପରି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଆରୋପ ପ୍ରତ୍ୟାରୋପ ଚାଲିଛି । ଏହାରି ଭିତରେ ଟେକ୍ସଟାଇଲ୍ ମନ୍ତ୍ରୀ ସ୍ମୃତୀ ଇରାନୀ ରାହୁଲଙ୍କ ଏହି କଥାକୁ ଟ୍ୱିଟ୍ କରି ଲେଖିଛନ୍ତି, ରାହୁଲ ଗାନ୍ଧି ଏବଂ ପାକିସ୍ତାନ ମଧ୍ୟରେ ସମାନତା କଣ ? ଆତଙ୍କବାଦୀଙ୍କ ପାଇଁ ଭଲ ପାଇବା ।