May 18, 2024

୫୬ଜଣ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ

1 min read

ଆଓରି-ନୂଆଦିଲ୍ଲୀ(୧୧/୦୩) : ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ସମାରୋହର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି । ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ରାଷ୍ଟ୍ରପତି ରାମନାଥ  କୋବିନ୍ଦ ପୁରସ୍କାର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ୧୧୨ ଜଣଙ୍କୁ ପଦ୍ମ ପୁରଷ୍କାର ପାଇଁ ମନୋନୀତ କରାଯାଇଥିବାବେଳେ ଆଜି ୫୬ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ବିଶିଷ୍ଟ ସାମ୍ବାଦିକ କୁଳଦୀପ ନାୟାର, ସର୍ଦ୍ଦାର ସୁଖଦେବ ସିଂହ ଢିଙ୍ଗରା, ହୁକୁମଦେବ ନାରାୟଣ ଓ ଅଭିନେତା ଏବଂ ନିର୍ଦ୍ଦେଶକ ପ୍ରଭୁଦେବାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.