March 28, 2023

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ ନିହତ

1 min read
Terrorist-Attacked-Aajira-Odisha

ଆଓରି-ନୂଆଦିଲ୍ଲୀ(୧୧/୦୩) : ଦକ୍ଷିଣ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ  ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହା ଭିତରେ ପାକିସ୍ତାନର ଆତଙ୍କବାଦୀ ସଜ୍ଜାଦ ରହିଛି ।

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସଜ୍ଜାଦର କାର ବ୍ୟବହୃତ ହୋଇଥିଲା । ତେବେ ଆତଙ୍କବାଦୀଙ୍କ ନିକଟରୁ ଜବତ ହୋଇଥିବା ସାମଗ୍ରୀରୁ ସେମାନେ ଜୈଶ୍‌ର ବୋଲି ଜଣାପଡିଛି । ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀମାନେ ସୂଚନା ପାଇଥିଲେ । ଏହାପରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଉପରକୁ ଗୁଳି ଚଳାଇଥିଲେ । ଫଳରେ ୩ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.