ନିଜର ସେନା ଆଗରେ ନିର୍ମଳ ଭାବମୂର୍ତି ସ୍ଥାପନ କରିବା ଏୟାର ଷ୍ଟ୍ରାଇକ୍କୁ ଅସ୍ଵୀକାର କରୁଛି ପାକିସ୍ତାନ ; ଅରୁଣ ଜେଟ୍ଲୀ
1 min read
ଆଓରି-ନୂଆଦିଲ୍ଲୀ(୧୩/୦୩) : ପୁଲ୍ଓ୍ୱାମା ହମ୍ଲା ପରେ ଭାରତର ବାଲାକୋଟ୍ ଏୟାର ଷ୍ଟ୍ରାଇକ୍କୁ କାହିଁକି ସ୍ୱୀକାର କରିପାରୁନି ପାକିସ୍ତାନ ? ଏନେଇ ଜାତୀୟ ଗଣମାଧ୍ୟମ ଦ୍ୱାରା ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ । ସେ କହିଛନ୍ତି ଯଦି ପାକିସ୍ତାନ ଏହାକୁ ସ୍ୱୀକାର କରୁଛି ତେବେ ତାର ଅନେକ କ୍ଷତି ହୋଇପାରେ । ବିଶ୍ୱରେ ପାକିସ୍ତାନ ସେନା ଯେଉଁଭଳି ଭାବେ ନିଜର ଭାବମୂର୍ତ୍ତି ସ୍ଥାପନ କରିଛି ତାହା ନଷ୍ଟ ହେବାର ସମ୍ଭାବନା ରହିଛି । ତୁର୍କି ଓ ଚୀନ୍ ଭଳି ଉପକୂଳ ରାଷ୍ଟ୍ର ନିକଟରେ ପାକିସ୍ତାନ ସେନାର ଭାବମୂର୍ତ୍ତି ବହୁତ ଭଲ ରହିଛି । ସେହି ଦେଶଗୁଡ଼ିକ ଜାଣିଛନ୍ତି ଯେ, ପାକିସ୍ତାନ ସୀମା ବହୁତ ମଜଭୁତ୍ । ତେଣୁ ଏଭଳି କ୍ଷେତ୍ରରେ ଯଦି ପାକିସ୍ତାନ ଏୟାର ଷ୍ଟ୍ରାଇକ୍ ଏବଂ ଏଥିରେ ଆତଙ୍କବାଦୀ ଶିବିର ଧ୍ୱଂସ ହୋଇଛି ବୋଲି ସ୍ୱୀକାର କରୁଛି ତେବେ ପାକିସ୍ତାନ ସେନାର ଭାବମୂର୍ତ୍ତି ବଦଳି ଯାଇଥାନ୍ତା ।
ଅନ୍ୟପଟେ ବିଶ୍ୱ ଦରବାରରେ ଯଦି ପାକିସ୍ତାନ ସ୍ୱୀକାର କରିଥାନ୍ତା ତେବେ ଆନ୍ତର୍ଜାତୀୟ କମ୍ୟୁନିଟି ପାକିସ୍ତାନକୁ ଅନେକ ପ୍ରଶ୍ନ କରିଥାନ୍ତା । ଯଥା:- ଏହି ଘଟଣା କେଉଁଠି ଘଟିଲା ? ଏହା କାହିଁକି ଘଟିଲା ? ଯେଉଁ ସ୍ଥାନରେ ଏହି ଘଟଣା ଘଟିଲା ସେଠାରେ କ’ଣ ଚାଲିଥିଲା ? ଯେଉଁମାନେ ମୃତ୍ୟୁ ବରଣ କରିଛନ୍ତି ସେମାନେ କିଏ ? ଏଭଳି ପଶ୍ନର ଉତ୍ତର ରଖିବାରେ ପାକିସ୍ତାନ ଅସମର୍ଥ ହୋଇଥାନ୍ତା । କାରଣ ଜଙ୍ଗଲ ଭିତରେ କେହି ଟେଣ୍ଟ ଲଗାଇ ବିନା କାରଣରେ କ୍ୟାମ୍ପରେ ରହୁନଥିଲେ । ଏହି କ୍ୟାମ୍ପରେ ପାକିସ୍ତାନ ସେନା ଓ ଜୈସ-ଏ-ମହମ୍ମଦ ଭଳି ଆତଙ୍କୀ ସଂଗଠନର ଟ୍ରେନିଂ କ୍ୟାମ୍ପ ଚାଲିଥିଲା । ସାଟେଲାଇଟ୍ ମାଧ୍ୟମରେ ଭାରତ ପାଖରେ ଏହାର ସମ୍ପୁର୍ଣ୍ଣ ତଥ୍ୟ ରହିଥିଲା । ଯଦି ଏହି ଏୟାର୍ ଷ୍ଟ୍ରାଇକ୍କୁ ପାକିସ୍ତାନ ସ୍ୱୀକାର କରିଥାନ୍ତା ତେବେ ପାକିସ୍ତାନ ବିରୋଧରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ପ୍ରତିବନ୍ଧକ ଲଗାଇଥାନ୍ତା । ତେଣୁ ପାକିସ୍ତାନ ଏହାକୁ ସ୍ୱୀକାର କରୁନାହିଁ ।
ଅପରପକ୍ଷରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ କହିଛନ୍ତି ଯେ, ଏୟାର୍ ଷ୍ଟ୍ରାଇକ୍ ପରେ ପାକିସ୍ତାନ ଖଣ୍ଡବିଖଣ୍ଡିତ ହୋଇଯାଇଛି । ବିଶ୍ୱ ଦରବାରରେ ପାକିସ୍ତାନର ଆତଙ୍କୀ ଚେହେରାର ପର୍ଦ୍ଦାଫାସ୍ ହୋଇଛି । ଜେଟ୍ଲୀ କହିଛନ୍ତି ଯେ, ଯେତେବେଳେ ଭାରତ ଏୟାର୍ ଷ୍ଟ୍ରାଇକ୍ କଲା ସେତେବେଳେ ସେ କହାରିକୁ କହି ନଥିଲା । କିନ୍ତୁ ଭୋର୍ ୪.୫ରେ ପାକିସ୍ତାନ ସେନା ସାରା ବିଶ୍ୱକୁ ଏହି ସୂଚନା ଦେଇଥିଲା ଯେ ଭାରତୀୟ ବାୟୁସେନା ପକ୍ଷରୁ ସୀମା ଉଲଂଘନ କରାଯାଇଛି । ଏହାର ଦୁଇଟି କାରଣ ରହିଛି । ଗୋଟିଏ ହେଲା ପାକିସ୍ତାନ ସରକାରକୁ ସେନା ଚଲାଉଛନ୍ତି ଏବଂ ପାକିସ୍ତାନ ସେନା ବିଭିନ୍ନ ଦେଶ ଆଗରେ ଯେଉଁ ଭଳି ଭାବମୂର୍ତ୍ତି ରଖିଛି ତାହା ଏହି ଷ୍ଟ୍ରାଇକ୍ ପରେ ଚୁର୍ମାର୍ ହୋଇଯାଇଥାନ୍ତା । କାରଣ ଭାରତ ପାକିସ୍ତାନ ଘରେ ପଶି ତାଙ୍କ ଉପରେ ବୋମା ବର୍ଷଣ କରି ବିଭିନ୍ନ ଆତଙ୍କବାଦୀ ଶିବିର ଧ୍ୱଂସ କରି ଫେରି ଆସିଥିଲା ।