May 1, 2024

ପୁଣି ଆରମ୍ଭ ହେବ ମୋଦିଙ୍କ ‘ମନ୍‌ କି ବାତ୍‌’

1 min read

ଆଓରି-ନୂଆଦିଲ୍ଲୀ: (୧୫/୦୬) ଲୋକସଭା ନିର୍ବାଚନରେ ବିଜେପି ପ୍ରଚଣ୍ଡ ବିଜୟ ହାସଲ କରିବା ପରେ ବି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମନ ଶାନ୍ତ ହୋଇନାହିଁ । ଗୋଟିଏ ପଟେ ଶାହ ବିଜେପିର ସଦସ୍ୟ ସଂଖ୍ୟା ବଢାଇବାକୁ ନେତା ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଲୋକଙ୍କୁ ମନ କଥା କହିବାକୁ ସ୍ଥିର କରିଛନ୍ତି ।

ଦେଶର ସବୁଠାରୁ ଲୋକପ୍ରିୟ ସୋ’ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ ପୁଣି ଆରମ୍ଭ ହେବାକୁ ଯାଉଛି । ଏନେଇ ଖୋଦ୍‌ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍‌ କରି ଦେଶବାସୀଙ୍କୁ ଜଣାଇଛନ୍ତି । ସେ ନିଜ ଟ୍ୱିଟ୍‌ରେ ‘ମନ କି ବାତ୍‌’ର ଟୋଲ୍‌ ଫ୍ରି ନମ୍ବର ଉଲ୍ଲେଖ କରିଥିବା ବେଳେ ସମସ୍ତଙ୍କୁ ନିଜର ମତ ରଖିବା ପାଇଁ ମଧ୍ୟ କହିଛନ୍ତି । ଏହା ସହ ସେ ନିଜ ସରକାର ବିଷୟରେ ମଧ୍ୟ ଲୋକଙ୍କ ମତ ମାଗିଛନ୍ତି ।

ମୋଦିଙ୍କ ପ୍ରଥମ ଇନିଂସରେ ସଫଳତାର ସହ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା । ମୋଦିଙ୍କ ଦ୍ୱିତୀୟ ଇନିଂସରେ ପୁଣିଥରେ ବହୁ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ ଆରମ୍ଭ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଜୁନ୍ ୩୦ରୁ ଏହି ସୋ’ ଆରମ୍ଭ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.