ରାଜନୀତିରାଜ୍ୟ

ଧର୍ମେନ୍ଦ୍ର, ଜୁଏଲ ଏବଂ ସୁରେଶଙ୍କୁ ମିଳିଲା ରାଜ୍ୟସଭା ଏବଂ ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ପଦବୀ

ଆଓରି-ଭୁବନେଶ୍ଵର(୧୨/୦୬) : ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ ହେଲେ ଲୋକସଭାର ସଚେତକ । ଏହାସହ ଓଡ଼ିଶା, ମଣିପୁର ଓ ତେଲେଙ୍ଗାନା ଦାୟିତ୍ୱରେ ମଧ୍ୟ ରହିବେ ସୁରେଶ ପୂଜାରୀ । ଏନେଇ ବିଜେପି ସଂସଦୀୟ ଦଳର କାର୍ଯ୍ୟକାରୀ କମିଟିରେ ନିଷ୍ପତ୍ତି ନିଆଯାଇଛି । ଆଜି ମୋଦିଙ୍କ ନେତୃତ୍ୱରେ ବିଜେପି ସଂସଦୀୟ ଦଳର କାର୍ଯ୍ୟକାରୀ କମିଟି ଗଠିତ ହୋଇଛି । ଏହି କମିଟି ଗଠନ ଅବସରରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

କମିଟିରେ ଓଡ଼ିଆ ନେତାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଦେଖିବାକୁ ମିଳିଛି । ସୁରେଶଙ୍କୁ ଲୋକସଭାରେ ସଚେତକ କରାଯାଇଥିବା ବେଳେ ରାଜ୍ୟସଭା ପାଇଁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଲୋକସଭା ସାଂସଦ ଜୁଏଲ ଓରାମ ହେଲେ ଲୋକସଭା ପାଇଁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ।

ଏହାସହ ଲୋକସଭାରେ ଦଳର ଉପନେତା ରହିବେ ରାଜନାଥ ସିଂହ । ରାଜ୍ୟସଭାରେ ସଂସଦୀୟ ଦଳ ନେତା ହେଲେ ଥାୱରଚନ୍ଦ ଗେହଲଟ ।

Related Articles

Leave a Reply

Your email address will not be published. Required fields are marked *

Back to top button