May 19, 2024

ଏବେ ଡ୍ରାଇଭିଂ ଲାଇସେନ୍ସ ଓ ଆରସି ନଥିଲେ ବି କଟିବନି ଚାଲାଣ

1 min read
Driving-Licence-Aajira-Odisha

ଆଓରି-ନୂଆଦିଲ୍ଲୀ(୧୭/୧୧) : ଆପଣ ରାସ୍ତାରେ ଡ୍ରାଇଭିଂ କରି ଯାଉଛନ୍ତି ଏବଂ ଅଚାନକ ଆପଣଙ୍କୁ ଟ୍ରାଫିକ ପୋଲିସ ଅଟକାଇ ଲାଇସେନ୍ସ ଓ ଆରସି ମାଗିଲେ  ଏବଂ ଆପଣଙ୍କର ମନେ ପଡିଲା ଯେ ଆପଣ ଭୁଲରେ ଘରେ ଛାଡିଦେଇ ଆସିଛନ୍ତି । ତେବେ ଚିନ୍ତା କରନ୍ତୁନି । ପୂର୍ବରୁ ଆପଣଙ୍କୁ ଏଥିପାଇଁ ମୋଟା ଅଙ୍କର ଜୋରିମାନା ଗଣିବାକୁ ପଡୁଥିଲା । ଏବେ ଆପଣଙ୍କୁ ଏଥିପାଇଁ ଟଙ୍କାଟିଏ ବି ଦେବାକୁ ପଡିବନି ।

ସରକାର ଏବେ ଲୋକଙ୍କୁ ଏଥିରୁ ଆଶ୍ୱସ୍ତି ଦେବାପାଇଁ ସବୁ ଡକ୍ୟୁମେଣ୍ଟର ହାର୍ଡ କପି ପାଖରେ ରଖିବା କଟକଣାକୁ ହଟାଇ ଦେଇଛନ୍ତି । ଏବେ ଆପଣ ନିଜର ଲାଇସେନ୍ସ ଓ ଅନ୍ୟ ଡକ୍ୟୁମେଣ୍ଟର ସପ୍ଟ କପି ପାଖରେ ରଖି ପାରିବେ । ଏଥିରେ ଆପଣଙ୍କୁ ଡକ୍ୟୁମେଣ୍ଟ ମଧ୍ୟ ସୁରକ୍ଷିତ ରହିବ । କହିରଖୁଛୁ କିଛି ଦିନ ପୂର୍ବରୁ ସରକାର ଡିଜିଟାଲ ଲକରର ସୁବିଧାର ଶୁଭାରମ୍ଭ କରିଥିଲେ ।

ଯେଉଁଥିରେ ଆପଣ ସବୁ କାଗଜପତ୍ର ସୁରକ୍ଷିତ ରଖିପାରିବେ । ଡିଜିଲକର ପ୍ରଧାନମନ୍ତ୍ରୀଙ୍କ ଯୋଜନା ଡିଜିଟାଲ ଇଣ୍ଡିଆର ଏକ ମୁଖ୍ୟ ଅଂଶ । ଡିଜିଟାଲ ଲକରର ମୁଖ୍ୟ ଉଦ୍ଦେଶ୍ୟ ଜନ୍ମ ପ୍ରମାଣ ପତ୍ର, ପାସପୋର୍ଟ, ଶୈକ୍ଷଣିୟ ପ୍ରମାଣ ପତ୍ର, ଲାଇସେନ୍ସ ଭଳି ଅତ୍ୟାବଶ୍ୟକୀୟ ଡକ୍ୟୁମେଣ୍ଟକୁ ଅନଲାଇନ ଷ୍ଟୋର କରି ଭୌତିକ ଡକ୍ୟୁମେଣ୍ଟର ବ୍ୟବହାର କମାଇ ପାରିବେ ଏବଂ ଏଜେନ୍ସିଙ୍କ ମଧ୍ୟରେ ଇ-ଡକ୍ୟୁମେଣ୍ଟର ଆଦାନପ୍ରଦାନ ବୃଦ୍ଧି କରିବା ।

ଲକରରେ ସେଭ୍ ହୋଇଥିବା ସପ୍ଟ କପି ସମ୍ପୂର୍ଣ୍ଣ ରୂପେ ବୈଧ ଏବଂ ଏହାକୁ ଅବୈଧ ବୋଲି କେହି କହିପାରିବେନି । ଡିଜିଟାଲ ଲକରରେ ଇ-ସାଇନର ସୁବିଧା ମଧ୍ୟ ଅଛି ଯାହାର ବ୍ୟବହାର ଡିଜିଟାଲ ରୂପେ ହସ୍ତାକ୍ଷର କରିବା ପାଇଁ ଉପଯୋଗ କରାଯାଇପାରେ । ଗତ ମାସରେ ହୋଇଥିବା ଆକଳନ ଅନୁସାରେ ପିଏମ ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ସର୍ଭିସରେ ପ୍ରାୟ ୭୮ ଲକ୍ଷରୁ ଅଧିକ ଲୋକ ରେଜିଷ୍ଟର କରିସାରିଲେଣି । ଆପଣଙ୍କୁ ମଧ୍ୟ ଏହାର ଲାଭ ଉଠାଇବା ଉଚିତ୍ । ଏହାକୁ ବନାଇବା ପ୍ରକ୍ରିୟା କିଛି ଜଟିଳ ମଧ୍ୟ ନୁହେଁ । ଡିଜିଟାଲ ଲକର ପ୍ରସ୍ତୁତ କରିବା ପାଇଁ  ଆପଣଙ୍କୁ https://digitallocker.gov.in ରେ ନିଜ ଆକାଉଣ୍ଟ ଖୋଲିବାକୁ ପଡିବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.