May 20, 2024

ଇଞ୍ଜିନ୍‌ ବିହୀନ ‘ଟ୍ରେନ୍‌୧୮’ ଶନିବାର ଦିନ ମୋରାଦାଦାବାଦ- ଶାହରନ୍‌ପୁର ରୁଟ୍‌ରେ କରିବ ପ୍ରଥମ ପରୀକ୍ଷା ମୂଳକ ଯାତ୍ରା

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୧୬/୧୧) : ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ବହୁ ପ୍ରତୀକ୍ଷିତ ଇଞ୍ଜିନ୍‌ ବିହୀନ ଟ୍ରେନ୍‌, ‘ଟ୍ରେନ୍‌୧୮’ ବା ’ଟି୧୮’ ଆସନ୍ତା କାଲି (ଶନିବାର) ଦିନ ରେଳ ଧାରଣା ଉପରେ ତାହାର ପ୍ରଥମ ପରୀକ୍ଷାମୂଳକ ଯାତ୍ରା  କରିବ। ମୋରାଦାବାଦରୁ ଶାହାରନ୍‌ପୁର ପର୍ଯ୍ୟନ୍ତ ଏକ ସାଧାରଣ ରେଳ ଧାରଣା ଉପରେ ‘ଟି୧୮’ ତାହାର ପ୍ରଥମ ପରୀକ୍ଷାମୂଳକ ଯାତ୍ରା କରିବ। ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି।  ‘ଟି୧୮’ର ଏହି ପ୍ରଥମ ପରୀକ୍ଷାମୂଳକ ଯାତ୍ରାକୁ ନିରୀକ୍ଷଣ ଓ ଅନୁଧ୍ୟାନ କରିବା ପାଇଁ ଇଣ୍ଡିଆନ୍‌ ରେଲେଓ୍ଵର ରିସର୍ଚ୍ଚ ଡିଜାଇନ୍‌ସ ଆଣ୍ଡ ଷ୍ଟାଣ୍ଡାର୍ଡସ ଅର୍ଗାନାଇଜେସନ (ଆରଡିଏସ୍‌ଓ)ର ଟିମ୍‌ ମଧ୍ୟ ଆସି ମୋରାଦାବାଦରେ ପହଞ୍ଚିଯିବା ସହ ଆସନ୍ତା କାଲି ହେବାକୁ ଥିବା ପରୀକ୍ଷାମୂଳକ ଯାତ୍ରାକୁ ଅପେକ୍ଷା କରି ରହିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.