May 8, 2024

ସଫଦରଜଙ୍ଗରୁ ରାମେଶ୍ୱରମ ଚାଲିଲା ରାମାୟଣ ଏକ୍ସପ୍ରେସ୍‌

1 min read
Aajira-Odisha.jpg

ଆଓରି-ନୂଆଦିଲ୍ଲୀ(୧୬/୧୧) : ରେଳ ବିଭାଗ ତରଫରୁ ବୁଧବାର ଗଡିଛି ରାମାୟଣ ଏକ୍ସପ୍ରେସ୍‌। ନୂଆଦିଲ୍ଲୀର ସଫଦରଜଙ୍ଗ ରେଲୱେ ଷ୍ଟେଶନରୁ ଏହା ଯାତ୍ରା ଆରମ୍ଭ କରି ରାମେଶ୍ୱରମ ପର୍ଯ୍ୟନ୍ତ ଯିବ। ଯାତ୍ରା ସମୟରେ ରାମାୟଣର ଉଲ୍ଲେଖ ଅନୁଯାୟୀ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ଯେଉଁସବୁ ସ୍ଥାନ ଯାଇଛନ୍ତି ସେହି ସ୍ଥାନ ଦେଇ ଏହା ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛ। ଏହି ତୀର୍ଥଯାତ୍ରୀ ଟ୍ରେନ୍‌ଟି ୧୬ ଦିନ ଯାତ୍ରା କରିବ। ଏହା ସମ୍ପୁର୍ଣ୍ଣ ରୂପେ ସ୍ଲିପର କ୍ଲାସ ହୋଇଥିବା ବେଳେ ଏଥିରେ ୮ଶହ ଯାତ୍ରୀ ଯିବାର ସୁବିଧା ରହିଛି। ଏହା ପ୍ରଥମେ ନୂଆଦିଲ୍ଲୀରୁ ବାହାରି Aajira-Odishaଅଯୋଧ୍ୟାରେ ପହଞ୍ଚିବ। ଏହି ୧୬ ଦିନର ଯାତ୍ରା ପାଇଁ ୧୫,୧୨୦ଟଙ୍କା ଦେବାକୁ ପଡିବ ଯେଉଁଥିରେ ରହିବା ଖାଇବା ଖର୍ଚ୍ଚ ସାମିଲ କରାଯାଇଛି। ଏହାପରେ ଯେଉଁମାନେ ଶ୍ରୀଲଙ୍କା ଯିବାକୁ ଚାହିଁବେ ସେମାନଙ୍କୁ ୩୬,୯୭୦ ଟଙ୍କା ଦେବାକୁ ପଡିବ। କାରଣ ରାମେଶ୍ୱରମରୁ ଏମାନେ ବିମାନ ଯାତ୍ରା କରିବେ। ଏହି ୫ଦିନର ଯାତ୍ରା ପାଇଁ କିଛି ଅଧିକ ଅର୍ଥ ଦେବାକୁ ପଡିବ ଯାତ୍ରୀଙ୍କୁ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.