ନୀରବ ମୋଦିଙ୍କ ୩୦ହଜାର ଫୁଟର ଆଲିଶାନ ବଙ୍ଗଳା ଧ୍ୱଂସ
1 min read
ଆଓରି-ନୂଆଦିଲ୍ଲୀ(୦୮/୦୩) : ମହାରାଷ୍ଟ୍ର ରାୟଗଢ଼ ଜିଲା ଅଲିବାଗରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ୩୦ହଜାର ଫୁଟର ଆଲିଶାନ ବଙ୍ଗଳାକୁ ଶୁକ୍ରବାର ଧ୍ୱଂସସ୍ତୂପରେ ପରିଣତ କରାଯାଇଛି। ଏହି ବିଳାସମୟ କୋଠାକୁ ଧ୍ୱଂସ କରିବା ପାଇଁ ଶହେଟି ସ୍ଥାନରେ ବିସ୍ଫୋରକ ଖଞ୍ଜାଯାଇଥିଲା। ସମୁଦ୍ର ନିକଟସ୍ଥ ଶହେ କୋଟି ବ୍ୟୟରେ ଏହି ବିଳାସମୟ କୋଠାକୁ ନିର୍ମାଣ କରାଯାଇଥିଲା। ମଙ୍ଗଳବାରରୁ ଦ୍ୱିତୀୟ ପର୍ଯ୍ୟାୟରେ ଏହି କୋଠାର ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି।
ପୂର୍ବରୁ ଘରେ ଲାଗିଥିବା ସମସ୍ତ କାଚକୁ ଧ୍ୱଂସ କରାଯାଇଥିଲା। କାରଣ ବିସ୍ଫୋରଣ ସମୟରେ ଏହି କାଚ ସବୁ ଉଡି ଅନ୍ୟ ଘର ଉପରେ ପଡିଥାନ୍ତା, ଫଳରେ ଅନ୍ୟମାନଙ୍କର ବହୁ କ୍ଷତି ହୋଇଥାନ୍ତା ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ୧୩ ହଜାର କୋଟିରୁ ଊର୍ଦ୍ଧ୍ୱ ପିଏନବି ଘୋଟାଲାର ଅଭିଯୁକ୍ତ ନୀରବ ମୋଦିଙ୍କ ସମସ୍ତ ସମ୍ପତ୍ତିକୁ ପୂର୍ବରୁ ଇଡି ବାଜ୍ୟାପ୍ତି କରିସାରିଛି। ଏଥିସହ ବଙ୍ଗଳାରେ ଥିବା ମୁଲ୍ୟବାନ ବସ୍ତୁଗୁଡିକୁ ଇଡି ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିମା ଦେଇଥିଲା। ତେବେ ଶୁକ୍ରବାର ତାଙ୍କର ଆଲିଶାନ କୋଠାକୁ ମଧ୍ୟ ଧ୍ୱଂସ କରାଯାଇଛି। ପଳାତକ ନୀରବ ମୋଦି ଏବେ ବ୍ରିଟ୍ରେନରେ ଥିବା ଜଣାପଡିଛି।
ବରିଷ୍ଠ ଆଇଏଏସ ଅଧିକାରୀ ବଙ୍ଗଲାକୁ ଧ୍ଵସ୍ତ କରାଯିବା ପାଇଁ ଆଦେଶ ଦେଇଥିଲେ। ମଙ୍ଗଳବାରଦିନ ବଙ୍ଗଲାରେ ବିଷ୍ପୋରକ ଲଗାଇବା ପାଇଁ ପିଲରରେ ଜାଗା ବନାଇବା ପାଇଁ (ମେସିନ୍) ବ୍ୟବହାର କରାଯାଇଥିଲା। ଏଥିପାଇଁ ବିଶେଷଜ୍ଞ ଦଳକୁ ଡକାଯାଇଥିଲା। ରାଜ୍ୟ ସରକାର ଗତ ବର୍ଷ ଇଡ଼ିକୁ ପତ୍ର ଲେଖି ଅଲିବାଗର ସ୍ଥିତ ସମୁଦ୍ର ତଟ ଉପରେ ସ୍ଥିତ ବଙ୍ଗଳାକୁ ଧ୍ଵସ୍ତ କରିବା ପାଇଁ ଅନୁମତି ମାଗିଥିଲେ।