ବୈଜୟନ୍ତ ପଣ୍ଡା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପସଭାପତି ଏବଂ ପ୍ରବକ୍ତା ଭାବେ ନିୟୋଜିତ
1 min read
ଆଓରି-ନୂଆଦିଲ୍ଲୀ-(୮-୩-୧୯) ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଶ୍ରୀ ବୈଜୟନ୍ତ ଜୟ ପଣ୍ଡାଙ୍କୁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପସଭାପତି ଏବଂ ପ୍ରବକ୍ତା ଭାବେ ନିୟୋଜିତ କରିଛନ୍ତି ।
ଉଲ୍ଲେଖଯୋଗ୍ୟଯେ, ବିଜେଡିର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଗତ ୪ ତାରିଖରେ ପଦ୍ମ ଧରିଥିଲେ । ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ, ରାଷ୍ଟ୍ରୀୟ ପ୍ରଭାରୀ ଅରୁଣ ସିଂହ ଏବଂ ଦୁଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିଥିଲେ । ଓଡିଶାର ଉନ୍ନତି ଏବଂ ବିକାଶ ପାଇଁ ମୋଦି ସରକାରଙ୍କ କାର୍ଯ୍ୟକୁ ଦେଖି ଶ୍ରୀ ପଣ୍ଡା ବିଜେପିରେ ସାମିଲ ହୋଇଛନ୍ତି ବୋଲି କହିଥିଲେ । ଏହାପରେ ଗତ ୬ତାରିଖ ଦିନ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କୁ ଭୁବନଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟଳୟରେ ବିପୁଳ ସମ୍ବର୍ଦ୍ଧନା ସହିତ ସ୍ଵାଗତ କରଯାଇଥିଲା ।
ଶ୍ରୀ ପଣ୍ଡାଙ୍କର ଊର୍ଜାବାନ ନେତୃତ୍ଵ ଥିବାରୁ ସେ ଏହି ଦାୟିତ୍ଵସୂଚାରୁ ରୂପେ ସମ୍ପାଦନ କରିପାରିବେ ବୋଲି ଦୃଢ ଆଶା କରାଯାଉଛି। ଶ୍ରୀ ପଣ୍ଡାଙ୍କର ଏହି ପଦବୀ ଦ୍ଵାରା ରାଜ୍ୟ ଭାରତୀୟ ଜନତା ପାର୍ଟି କେନ୍ଦ୍ର ତଥା ଓଡିଶା ସ୍ତରରେ ବହୁ ଭଲ ପ୍ରଭାବ ପକାଇବ।