May 19, 2024

ଭାରତୀୟ ସେନା କେବେ ମଧ୍ୟ ଦେଶ ବିରୋଧରେ ବିଦ୍ରୋହ କରିବ ନାହିଁ ; ନରେନ୍ଦ୍ର ମୋଦୀ

1 min read
Narendra-Modi-Aajira-Odisha

ଆଓରି-ନୂଆଦିଲ୍ଲୀ(୧୧/୦୨) : ଭାରତୀୟ ସେନା ବିଦ୍ରୋହ କରିବା କଥା ଚିନ୍ତା କରିହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ୨୦୧୧-୧୨ରେ ୟୁପିଏ ସରକାରଙ୍କ ଅମଳରେ ଭାରତୀୟ ସେନା ବିଦ୍ରୋହ ଯୋଜନା କରିଥିବା ସଂପର୍କିତ ଘଟଣାକୁ ଲକ୍ଷ୍ୟ କରି ମୋଦି ଏହା କହିଛନ୍ତି । “କିଛି ଦିନ ତଳେ ଖବର ଆସିଥିଲା ଯେ କିପରି ଜଣେ ୟୁପିଏ ମନ୍ତ୍ରୀ ଏପରି ଏକ ମିଛ ଖବରକୁ ପ୍ରଚାର କରିଥିଲେ । ପ୍ରତ୍ୟେକ ଭାରତୀୟ ଜାଣିଛନ୍ତି ଯେ ଭାରତୀୟ ସେନା ଏପରି କାମ କେବେ ହେଲେ କରିବ ନାହିଁ, କିନ୍ତୁ କଂଗ୍ରେସର ଔଦ୍ଧତ୍ୟକୁ ଦେଖନ୍ତୁ” ବୋଲି ମୋଦୀ କହିଛନ୍ତି ।

ଗତ ୨୦୧୨ ଜାନୁୟାରି ୧୬ ତାରିଖରେ ଏକ ଚିନ୍ତାଜନକ ଖବର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଖବରଟି ଥିଲା ଯେ, ଭାରତୀୟ ସେନାର ଦୁଇଟି ୟୁନିଟ ରାଜଧାନୀ ଦିଲ୍ଲୀଆଡକୁ ଅଗ୍ରସର ହେଉଛନ୍ତି। ଲକ୍ଷ୍ୟ ଥିଲା ସରକାରଙ୍କୁ ପଦଚ୍ୟୁତ କରି ସେନା ଶାସନ ଚଳାଇବା। ପାକିସ୍ତାନରେ ଏପରି ଘଟଣା ସାଧାରଣ ହୋଇଥିଲେ ମଧ୍ୟ ଭାରତରେ ଏପରି କେବେ ହୋଇନାହିଁ। ଏଣୁ ଏପରି ରିପୋର୍ଟ ଆସିବା ପରେ ସମସ୍ତେ ଛାନିଆ ହୋଇଯାଇଥିଲେ। ସେତେବେଳେ ତତ୍କାଳୀନ ସେନାମୁଖ୍ୟ ଜେନେରାଲ ଭି.କେ.ସିଂ ଙ୍କ ସହ ସରକାରଙ୍କର ଏକ ବିବାଦ ଚାଲିଥିବାରୁ ଏହି ଘଟଣା ଅସ୍ୱାଭାବିକ ନୁହେଁ ବୋଲି ସମସ୍ତେ ମନେ କରୁଥିଲେ। କିନ୍ତୁ ଏହି ଖବର ସମ୍ପୂର୍ଣ୍ଣ ମନଗଢା ଓ ମିଛ ଥିଲା ବୋଲି ଏବେ ଜଣାପଡିଛି।

ୟୁପିଏ ସରକାରଙ୍କ କେତେଜଣ କ୍ୟାବିନେଟ ମନ୍ତ୍ରୀଙ୍କ ଇଶାରାରେ କେତେକ ସାମ୍ବାଦିକ ଏହି ଖବର ପରିବେଷଣ କରିଥିବା ଜଣାଯାଇଛି। ଉଦ୍ଦେଶ୍ୟ ଥିଲା ଭାରତୀୟ ସେନାକୁ ଓ ତତ୍କାଳୀନ ସେନାମୁଖ୍ୟ ଜେନେରାଲ ଭି.କେ.ସିଂଙ୍କୁ ବଦନାମ କରିବା । ଏହା ଜଣାପଡିବା ପରେ ଏବେ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି। ଏ ସଂପର୍କରେ ରାହୁଲ ଗାନ୍ଧି ଜବାବ ଦିଅନ୍ତୁ ବୋଲି ବିଜେପି ଦାବି କରିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.