April 19, 2024

ନରେନ୍ଦ୍ର ମୋଦି ସରକାରଙ୍କ ଏକ ପ୍ରଗତିଶୀଳ କାର୍ଯ୍ୟକ୍ରମ ହେଉଛି ଉଜ୍ଜ୍ଵଳା ଯୋଜନା ; ଧର୍ମେନ୍ଦ୍ର ପ୍ରଧାନ

1 min read
Uma-Bharti-With-Dharmendra-Pradhan-Aajira-Odisha

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମୋଦି ସରକାରଙ୍କ ଏକ ପ୍ରଗତିଶୀଳ କାର୍ଯ୍ୟକ୍ରମ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ୩୦ଟି ଜିଲ୍ଲାରେ ଅନୁଷ୍ଠିତ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବର ତୃତୀୟ ସଂସ୍କରଣରେ ଯୋଗ ଦେବା ସମୟରେ କେନ୍ଦ୍ରମନ୍ତ୍ରୀ ଏକଥା କହିଛନ୍ତି । ନୂଆଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସିଂ ଦ୍ୱାରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉମା ଭାରତୀ ୫୦ ହଜାରରୁ ଉର୍ଦ୍ଧ୍ୱ ଲାଭାର୍ଥୀଙ୍କ ସହ ଆଲୋଚନା କରିଛନ୍ତି ।Dharmendra-Pradhan-With-Uma-Bharti-Aajira-Odisha

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନରେନ୍ଦ୍ର ମୋଦି ସରକାରଙ୍କ ଏକ ପ୍ରଗତିଶୀଳ କାର୍ଯ୍ୟକ୍ରମ । ବିଶେଷ କରି ମହିଳାଙ୍କୁ ଧ୍ୟାନରେ ରଖି ମୋଦି ସରକାର ଅନେକ ଗୁଡିଏ ଲୋକଭାମୁଖୀ ଯୋଜନା ଆରମ୍ଭ କରିଛନ୍ତି । ପାଇଖାନା ସୁବିଧା ସହ ଗରିବ ଲୋକଙ୍କୁ ପକ୍କା ଘର, ବିଜୁଳି ଦେବା ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମହିଳାଙ୍କ ଆଖିରୁ ଲୁହ ପୋଛିବାର ସବୁଠୁ ବଡ ଯୋଜନା ହେଲା ଉଜ୍ଜଳା । ମୋଦିଙ୍କ ସରକାରଙ୍କ ସମସ୍ତ ଯୋଜନା ଠାରୁ ଉଜ୍ଜଳା ଯୋଜନା ୧ ନମ୍ବର ସଫଳତମ ଯୋଜନା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ।

ଶ୍ରୀମତୀ ଭାରତୀ କହିଛନ୍ତି ଯେ ରୋଷେଇ କରିବା ମହିଳାଙ୍କ ଏକ କଳା ଥିଲା । ପ୍ରଧାନମନ୍ତ୍ରୀ ମୋଦି ନିଜ ମାଙ୍କ କଷ୍ଟକୁ ସ୍ମରଣ କରିବା ପରେ ଦେଶର  ହଜାର ହଜାର ମାଙ୍କ କଷ୍ଟ ସ୍ମରଣ କରି ଉଜ୍ଜଳା ଯୋଜନା ଆରମ୍ଭ କରିଥିଲେ । ଉଜ୍ଜଳା ଯୋଜନା ଭାରତ ସରକାରଙ୍କ ସବୁଠୁ ସଫଳତମ ଯୋଜନା । ଏହି ଯୋଜନା ମାଧ୍ୟମରେ ମହିଳାମାନେ ଲାଉାନ୍ୱିତ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଭାରତୀୟ ଜନତା ପାର୍ଟି ବିନା ଏହା ସମ୍ଭବ ନଥିଲା । ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଉଜ୍ଜଳା ପହଂଚିଛି । ତେବେ ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ଆହୁରି ଲାଭ ମିଳିପାରିଥାନ୍ତା ବୋଲି ସେ କହିଛନ୍ତି ।

ସେହିପରି ଶ୍ରୀମତୀ ଭାରତୀ କହିଛନ୍ତି ଯେ ମହିଳାଙ୍କ ଆଖିରୁ ଲୁହ ପୋଛିବାର ବଡ ଯୋଜନା ହେଲା ଉଜ୍ଜଳା । ମୋଦିଙ୍କ ସରକାରଙ୍କ ସମସ୍ତ ଯୋଜନା ଠାରୁ ଉଜ୍ଜଳା ଯୋଜନା ୧ ନମ୍ବର ସଫଳତମ ଯୋଜନା । ମହିଳାଙ୍କୁ ସମ୍ମାନ ଦେଇ ଜଣେ ମହିଳାଙ୍କୁ ରକ୍ଷା ତଥା କ୍ୟାବିନେଟ ମନ୍ତ୍ରୀ କରିବା ମୋଦି ସରକାରଙ୍କ ଏକ ବଡ ପଦକ୍ଷେପ ବୋଲି ସେ କହିଛନ୍ତିା

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.