ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ଟି-୯୦ ଭୀଷ୍ମ ଟ୍ୟାଙ୍କ ; ପାକିସ୍ତାନ ସୀମାନ୍ତରେ କରାଯିବ ମୁତୟନ
1 min read
ଆଓରି-ନୂଆଦିଲ୍ଲୀ(୦୭/୦୫) : ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ଆଉ ଏକ ବିରାଟ ଶକ୍ତି । ଋଷୀୟ ଜ୍ଞାନକୌଶଳରେ ନିର୍ମିତ ଟି-୯୦ ଭୀଷ୍ମ ଟ୍ୟାଙ୍କ ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି । ଏହି ଟ୍ୟାଙ୍କକୁ ଋଷ ଠାରୁ ୧୩,୪୪୮ କୋଟି ଟଙ୍କାରେ କଣ୍ଟ୍ରାକ୍ଟ ନିଆଯାଇଛି । ଏହି ଟ୍ୟାଙ୍କ ଭାରତୀୟ ସେନାରେ ୨୦୨୨-୨୬ ମଧ୍ୟରେ ସାମିଲ ହେବ । ଏହି ଟ୍ୟାଙ୍କରକୁ ପାକିସ୍ତାନ ସୀମାନ୍ତରେ ମୁତୟନ କରାଯିବ । ତେବେ ଭାରତୀୟ ସେନାର ଏଭଳି ପଦକ୍ଷେପ ପରେ ପାକିସ୍ତାନ ମଧ୍ୟ ଏଭଳି ୩୬୦ ଟ୍ୟାଙ୍କ କିଣିବାକୁ ବିଚାର କରୁଛି ।
ଟ୍ୟାଙ୍କ୍ ଅର୍ଡିନ୍ୟାନ୍ସ ଫ୍ୟାକ୍ଟରୀ ବୋର୍ଡ ଅନୁସାରେ ଅବଡି ହେବି ଫ୍ୟାକ୍ଟରୀରେ ଏହି ଟ୍ୟାଙ୍କ୍ କୁ ପ୍ରସ୍ତୁତ କରାଯିବ । କ୍ୟାବିନେଟ୍ କମିଟିରେ ଖୁବଶୀଘ୍ର ଏଥିପାଇଁ ମଞ୍ଜୁରୀ ମିଳିବା ସହ ସିକ୍ୟୁରିଟି କ୍ଲିୟରାନ୍ସ ମଧ୍ୟ ମିଳିବ ।