March 26, 2023

ମସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରାଯିବା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବଡ଼ ସଫଳତା ; ଅମିତ ଶାହ

1 min read
Amit-Shah-Thanked-To-Narendra-Modi-Aajira-Odisha

ଆଓରି-ନୂଆଦିଲ୍ଲୀ(୦୭/୦୫) : ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ ମସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରିବା ପରେ ରାଜନୀତି ସରଗରମ ହୋଇଛି । ମସୁଦକୁ ବିଶ୍ୱ ଆତଙ୍କୀ ଘୋଷଣା କରିବାରେ ବାଧକ ସାଜିଥିବା ଚୀନ ମଧ୍ୟ ସହମତି ପ୍ରକାଶ କରିଛି । ଏହାର କିଛି ଦିନ ପୂର୍ବରୁ ଚୀନ ଅରୁଣାଚଳପ୍ରଦେଶ ଏବଂ ଜମ୍ମୁକାଶ୍ମୀରକୁ ଭାରତର ବୋଲି ନିଜ ନକ୍ସାରେ ଉଲ୍ଲେଖ କରିଥିଲା । ସେ ଯାହା ହେଉ ମସୁଦକୁ ବିଶ୍ୱ ଆତଙ୍କୀ ଘୋଷଣା ଭାରତ ପାଇଁ ଏକ ବୃହତ୍ତ କୁଟନୈତିକ ବିଜୟ ବୋଲି କୁହାଯାଉଛି ।

ଏହି ଅବସରରେ ମସୁଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷିତ କରାଯିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବଡ଼ ସଫଳତା ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଏହାସହ ଶାହ କହିଛନ୍ତି ଯେ ଦଳ ଏଥର ଗତ ଥର ଅପେକ୍ଷା ଅଧିକ ସିଟ୍‌ ହାସଲ କରିବ। ସେ କହିଛନ୍ତି ଯେ ବିଜେପି ଗତ ଥର ୨୮୨ଟି ଆସନରେ ଏକାକୀ ବିଜୟୀ ହୋଇଥିଲା । ଏଥର ଏହାଠୁ ବି ଅଧିକ ଆସନରେ ବିଜୟୀ ହେବ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.