March 24, 2023

୫ଟି ସ୍ୱର୍ଣ୍ଣ ସହ ଶୀର୍ଷରେ ଭାରତ

1 min read
India-Won-Gold-Medal-reo d janeiro

ଆଓରି-ନୂଆଦିଲ୍ଲୀ(୦୩/୦୯) : ରିଓ ଡି ଜେନେରିଓ: ରିଓ ଡି ଜେନେରିଓରେ ଅନୁଷ୍ଠିତ ଆଇ.ଏସ୍‍.ଏସ୍‍.ଏଫ୍‍. ବିଶ୍ୱକପ୍‍ ରାଇଫଲ, ପିସ୍ତଲ ଚାମ୍ପିଅନ୍‍ସିପରେ ଭାରତ ପାଞ୍ଚଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ପାଇ ତାଲିକାର ଶୀର୍ଷରେ ରହିଛି। ଭାରତୀୟ ଯୋଡ଼ି ମନୁ ଭାକର ଏବଂ ସୌରଭ ଚୌଧୁରୀ ନିଜ ଦେଶର ଅଶ୍ୱିନୀ ଦେଶୱାଇ ଏବଂ ଅଭିଷେକ ବର୍ମାଙ୍କୁ ୧୦ ମିଟର ଏୟାର୍‍ ପିସ୍ତଲ ମିକ୍ସ ଟିମ୍‍ ଇଭେଣ୍ଟରେ ପରାସ୍ତ କରିଛନ୍ତି।

ଭାରତ ୧୬ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ସହ ୨୦୧୯ରେ ଆଇ.ଏସ୍‍.ଏସ୍‍.ଏଫ୍‍. ବରିଷ୍ଠ ବିଶ୍ୱକପ୍‍ ପ୍ରତିଯୋଗୀତାର ଶୀର୍ଷରେ ରହିଛି। ସୋମବାର ବିଶ୍ୱର ଏକ ନମ୍ବର ମହିଳା ୧୦ମିଟର ଏୟାର ରାଇଫଲ୍‍ ସୁଟିଂରେ ଅପୂର୍ବି ଚାଣ୍ଡେଲା ଦୀପକ କୁମାରଙ୍କ ସହ ମିଶି ଭାରତ ପାଇଁ ଚତୁର୍ଥ ସ୍ୱର୍ଣ୍ଣପଦକ ଜିତିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.