ଚତୁର୍ଥ ଦିନ ବି ଧୋଇଗଲା, ଷଷ୍ଠ ଦିନକୁ ଯିବ ଫାଇନାଲ୍
1 min read
ଆଓରି-ସାଉଥାମ୍ପଟନ୍(୨୨/୦୬) : ଏଜିସ୍ ବାୱେଲରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ୍ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ମ୍ୟାଚ୍ର ଚତୁର୍ଥ ଦିବସ ଖେଳ ବର୍ଷା କାରଣରୁ ସମ୍ପୂର୍ଣ୍ଣ ଧୋଇଯାଇଛି। ଫଳରେ ସଂରକ୍ଷିତ ଧାର୍ଯ୍ୟ ଥିବା ଷଷ୍ଠ ଦିବସକୁ ମ୍ୟାଚ୍ ଯିବା ନିଶ୍ଚିତ ହୋଇଛି। ମୋମବାର ମ୍ୟାଚ୍ ଧୋଇଯିବା ପରେ ଏବେ ଫଳାଫଳ ବାହାରିବା ପାଇଁ ସର୍ବାଧିକ ୧୯୬ ଓଭର ରହିବ। କାରଣ ଅତିରିକ୍ତ ସମୟ ସହ ପରବର୍ତୀ ଦୁଇ ଦିନ ସର୍ବାଧିକ ୯୮ ଓଭର ଲେଖାଏଁ ଖେଳାଯାଇପାରିବ। ଏଥି ସହିତ ବିଶ୍ବକପ୍ ଫାଇନାଲ୍ ଭଳି ନ୍ୟୁଜିଲାଣ୍ଡ୍ ମଧ୍ୟ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଜିତିବାର ସ୍ବପ୍ନ ଅଧୁରା ରହିଯିବ।