March 27, 2023

ଜାପାନ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

1 min read

ଆଓରି-ନୂଆଦିଲ୍ଲୀ(୦୨/୦୯) : ଜାପାନ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟୋକିଓରେ ଜାପାନ ପ୍ରତିରକ୍ଷାମନ୍ତ୍ରୀ ତାକେସି ଇୱାୟାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ବେଳେ ଜାପାନ ପ୍ରତିରକ୍ଷାମନ୍ତ୍ରୀ ଜାପାନୀ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି।

ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସଂପର୍କ ବୃଦ୍ଧି ପାଇଥିବାରୁ ଉଭୟ ଦେଶ ସାମରିକ ସହଯୋଗକୁ ଶିଖରକୁ ନେଇଯିବାକୁ ସହମତ ହୋଇଛନ୍ତି। ଜାପାନରୁ ଭାରତକୁ ଦେବାକୁ ଥିବା ୟୁଏସ-୨ ଯୁଦ୍ଧ ବିମାନ ଉପରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.