ପୁର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦେହାନ୍ତରେ ସାରା ଦେଶରେ ଖେଳିଗଲା ଶୋକର ଛାୟା
1 min read
ଆଓରି-ନୂଆଦିଲ୍ଲୀ(୨୪/୦୮) : ପରଲୋକରେ ପୁର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ । ଅରୁଣ ଜେଟଲୀ କ୍ୟାନସର ରୋଗରେ ପୀଡିତ ହୋଇଥିଲେ । ଏଥିପାଇଁ ପୁର୍ବରୁ ସେ ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ । କିଛି ଦିନ ତଳେ ସେ ଗୁରୁତର ହୋଇପଡିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ମୋଦି ସରକାରରେ ପ୍ରଥମ ଥର ପାଇଁ ଐତିହାସିକ ବିମୁଦ୍ରୀକରଣ ନିଷ୍ପତ୍ତି ଜେଟଲୀଙ୍କ ମନ୍ତ୍ରିତ୍ବରେ ନିଆଯାଇଥିଲା । ଆଜି ମଧ୍ୟାହ୍ନ ୧୨.୭ ମିନିଟ୍ରେ ତାଙ୍କର ପରଲୋକ ହୋଇଛି ।
ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ଜଣେ ବନ୍ଧୁଙ୍କୁ ମୁଁ ହରାଇଲି ।
ଅରୁଣ ଜେଟଲୀଙ୍କ ନିଧନରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ରାଷ୍ଟମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ଶୋକ ପ୍ରକାଶ । ଜେଟଲୀଙ୍କ ନିଧନରେ ଦେଶ ଆଜି ଜଣେ ବିଚକ୍ଷଣ ରାଜନେତାଙ୍କୁ ହରାଇଛି ବୋଲି କହିଛନ୍ତି ପ୍ରତାପ । ଅର୍ଥମନ୍ତ୍ରୀ ଭାବେ ସେ ନିଜର ଦକ୍ଷତା ପ୍ରମାଣିତ କରି ଦେଖାଇଛନ୍ତି । ତାଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି କେନ୍ଦ୍ର ରାଷ୍ଟମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।