March 27, 2023

ଅନ୍ତରୀଣ ଜାମିନରେ ପି. ଚିଦାମ୍ବରମ

1 min read
sc-grants-interim-protection-to-chidambaram-in-ed-case-aajira-odisha

ଆଓରି-ନୂଆଦିଲ୍ଲୀ(୨୩/୦୮) : କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟ ଇଡି ମାମଲାରେ ସୋମବାର ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ସିବିଆଇ ଦ୍ୱାରା ଗିରଫ ମାମଲାରେ ସୁପ୍ରିମକୋର୍ଟ କୌଣସି ଶୁଣାଣି କରିନାହାନ୍ତି ଓ ଏହାର ଶୁଣାଣି ପାଇଁ ଅଗଷ୍ଟ ୨୬ ଦିନ ଧାର୍ଯ୍ୟ କରିଛନ୍ତି। ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚିଦାମ୍ବରମଙ୍କୁ ସବୁ ସମୟରେ ଜାମିନ ପ୍ରଦାନ କରାଯାଇଛି ଓ ସେ ମଧ୍ୟ ତଦନ୍ତରେ ସହଯୋଗ କରିଛନ୍ତି ।

ଶୁକ୍ରବାର ଚିଦାମ୍ବରମଙ୍କ ବିରୁଦ୍ଧରେ ଥିବା ପ୍ରବର୍ତନ ନିର୍ଦ୍ଦେଶାଳୟ ମାମଲାର ସୁପ୍ରିମକୋର୍ଟରେ ଆରମ୍ଭ ହେବା ମାତ୍ରେ ତାଙ୍କ ଓକିଲ କପିଳ ଶିବଲ କହିଥିଲେ ଯେ, ଦିଲ୍ଲୀ ହାଇକୋର୍ଟ କେବଳ ଇଡି ଆଦେଶକୁ ଅନୁସରଣ କରୁଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଏବେ ଇଡି ଚିଦାମ୍ବରମଙ୍କୁ ସୋମବାର ପର୍ଯ୍ୟନ୍ତ ଗିରଫ କରିପାରିବ ନାହିଁ। ଇତି ମଧ୍ୟରେ, କାର୍ତ୍ତି ଚିଦାମ୍ବରମ ଓ ନଳିନୀ ଚିଦାମ୍ବରମ ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ପି. ଚିଦାମ୍ବରମଙ୍କୁ ସାକ୍ଷାତ କରିବା ପାଇଁ ପହଞ୍ଚିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.