ଜାତୀୟ

ଅର୍ଡର ଅଫ୍‌ ଜାଏଦ୍‌ ଆଓ୍ୱାର୍ଡରେ ସମ୍ମାନିତ ହେଲେ ନରେନ୍ଦ୍ର ମୋଦୀ

ଆଓରି-ନୂଆଦିଲ୍ଲୀ(୨୪/୦୮) : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆବୁଧାବୀରେ ବଡ଼ ସମ୍ମାନ । ଆବୁଧାବୀ ସରକାର ମୋଦିଙ୍କୁ ଅର୍ଡର ଅଫ୍‌ ଜାଏଦ୍‌ ଆଓ୍ୱାର୍ଡରେ ସମ୍ମାନିତ କରିଛି । ଅର୍ଡର ଅଫ୍‌ ଜାଏଦ୍‌ ହେଉଛି ୟୁନାଇଟେଡ୍‌ ଆରବ୍‌ ଇମିରେଟ୍‌ସର ସର୍ବୋଚ୍ଚ ସିଭିଲିଆନ୍‌ ଆଓ୍ୱାର୍ଡ । ଆବୁଧାବୀ ପ୍ରିନ୍ସ ମହମ୍ମଦ ବିନ୍‌ ଜାଏଦ୍‌ ଅଲ୍‌ ନହାୟନ୍‌ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ପ୍ରଥମ ଥର ପାଇଁ ଏହି ସମ୍ମାନ ମୋଦିଙ୍କୁ ହିଁ ଦିଆଯାଇଛି । ମୋଦିଙ୍କୁ ରେଡ୍‌ କାର୍ପେଟ୍‌ରେ ସ୍ୱାଗତ କରିଥିଲେ ଆବୁଧାବୀ ପ୍ରିନ୍ସ । ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଏନ୍‌ଆର୍‌ଆଇ ବ୍ୟବସାୟୀଙ୍କ ସହ ବିଭିନ୍ନ ଆଲୋଚନା କରିଛନ୍ତି । ଆଜି ସାନ୍ଧ୍ୟାରେ ମୋଦି ଆବୁଧାବୀରୁ ଫେରିଆସିଛନ୍ତି ।

ତ୍ରି-ରାଷ୍ଟ୍ରୀୟ ବିଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାତିରେ ସଂଯୁକ୍ତ ଆରବ ଏମିରେଟ୍‍ସ (ୟୁଏଇ)ର ରାଜଧାନୀ ଆବୁଧାବୀରେ ପହଞ୍ଚିଛନ୍ତି।  ଉଭୟ ନେତାଙ୍କ ମଧ୍ୟରେ ଆପୋଷ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ  ସବୁ ଦ୍ୱିପକ୍ଷୀୟ ଆଲୋଚନା ହେବ। ଟ୍ୱିଟ୍‍ କରି ଶ୍ରୀ ମୋଦୀ କହିଛନ୍ତି ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍‍ସ ମଧ୍ୟରେ ବାରମ୍ବାର ଉଚ୍ଚସ୍ତରୀୟ ବୈଠକ ଦୁଇଦେଶ ମଧ୍ୟରେ ଚଳଚଞ୍ଚଳ ଦ୍ୱିପକ୍ଷୀୟ ସଂପର୍କକୁ ପ୍ରମାଣିତ କରୁଛି। ତାଙ୍କର ଏହି ଗସ୍ତ ସଂଯୁକ୍ତ ଆରବ ଏମିରେଟ୍‍ସ ସହ ବହୁପାକ୍ଷିକ ଦ୍ୱିପକ୍ଷୀୟ ସଂପର୍କକୁ ଆହୁରି ମଜବୁତ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ବିଦେଶରେ ନଗଦ ବିହୀନ କାରବାର ନେଟୱାର୍କକୁ ସଂପ୍ରସାରଣ କରିବା ପାଇଁ ଶ୍ରୀ ମୋଦୀ ଆନୁଷ୍ଠାନିକ ଭାବେ ରୁପେ କାର୍ଡର ଶୁଭାରମ୍ଭ କରିବେ। ଏହା ଦ୍ୱାରା ରୁପେ କାର୍ଡ ବ୍ୟବହାର କ୍ଷେତ୍ରରେ ମଧ୍ୟ-ପ୍ରାଚ୍ୟରେ ସଂଯୁକ୍ତ ଆରବ ଏମିରେଟ୍‍ସ ପ୍ରଥମ ଦେଶ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button