March 25, 2023

ନିର୍ବାଚନ ଜିତିବା ପାଇଁ ମିଛ ପ୍ରତିଶ୍ରୁତି ଦେଉଛି କଂଗ୍ରେସ ; ରାଜୀବ କୁମାର

1 min read
NITI Aayog Vice Chairman -Rajiv-Kumar-Aajira-Odisha

ଆଓରି-ନୂଆଦିଲ୍ଲୀ(୨୬/୦୩) : ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ପ୍ରତ୍ୟେକ ଦଳ ନିଜ ନିଜର ଷ୍ଟ୍ରାଟେଜି ଆପଣାଉଛନ୍ତି । କିନ୍ତୁ କଂଗ୍ରେସ ଆକାଶରୁ ଚାନ୍ଦ ଆଣି ଲୋକଙ୍କୁ ଦେଇଦେବ ବୋଲି ପ୍ରତିଶ୍ରୁତି ଦେଉଥିବା ଶୁଣିବାକୁ ମିଳୁଛି । ଏକଥା ଆମେ କହୁନୁ ବରଂ ନୀତି ଆୟୋଗ ଉପାଧ୍ୟକ୍ଷ  ରାଜୀବ କୁମାର କହିଛନ୍ତି ।

ରାଜୀବ କୁମାର କହିଛନ୍ତି ମିନିମମ୍ ଇନକମ୍ ଗ୍ୟାରେଣ୍ଟୀ ସ୍କିମ୍ ଜିଡିପିର ୨ ପ୍ରତିଶତ ଏବଂ ମୋଟ ବଜେଟର ୧୩ ପ୍ରତିଶତ ହେବ । ଏଥିରେ ଲୋକଙ୍କ ଆବଶ୍ୟକତା ପୂରଣ ହୋଇପାରିବ ନାହିଁ । କଂଗ୍ରେସ ପାର୍ଟି ୧୯୭୧ ମସିହାରେ ଗରିବି ହଟାଓ,୨୦୦୮ ରେ ଓଆରଓପି,୨୦୧୩ ରେ ନିର୍ବାଚନ ଜିତିବା ପାଇଁ ଫୁଡ୍ ସିକ୍ୟୁରିଟି ବିଲର ଘୋଷଣା କରିଥିଲେ ମଧ୍ୟ ପୂରଣ କରିପାରି ନଥିଲେ । ଏହି ନ୍ୟାୟ ସ୍କିମ୍ ମଧ୍ୟ ସେଭଳି ଏକ ଧୂଆଁ ବାଣ ବୋଲି ଅଭିଯୋଗ କରିଛନ୍ତି ରାଜୀବ ।

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ଯେ ଯଦି କଂଗ୍ରେସ ଶାସନକୁ ଫେରେ ତେବେ ଦେଶର ୨୦ ପ୍ରତିଶତ ତଥା ୫ କୋଟି ଗରିବଙ୍କୁ ପ୍ରତିମାସ ୬୦୦୦ ଟଙ୍କା ଦିଆଯିବ । କଂଗ୍ରେସ ଏହାକୁ ନ୍ୟାୟ ତଥା ନ୍ୟୁନତମ ଆୟ ଯୋଜନା ନାମ ଦେଇଛି ।

ତେବେ ଏହା ଉପରେ ଟିପ୍ପଣୀ ଦେଇ ରାଜୀବ କୁମାର ଟ୍ୱିଟ୍‌ କରି କହିଛନ୍ତି, ‘ଏହା ସତ୍ୟ କି କଂଗ୍ରେସ ନିର୍ବାଚନ ଜିତିବା ପାଇଁ ଲୋକଙ୍କୁ ଚାନ୍ଦର ସ୍ୱପ୍ନ ଦେଖାଉଛି, କଂଗ୍ରେସ ଅଧ୍ୟକ୍ଷ ଯେଉଁ ସ୍କିମ୍ କଥା କହୁଛନ୍ତି ସେଥିରେ ରାଜକୋଷ ଅନୁଶାସନକୁ ଭାଙ୍ଗୁଛି । ଏହାଦ୍ୱାରା କାର୍ଯ୍ୟ କରିବାର ଇଚ୍ଛା କମ ହେବ । ଏହା ଲାଗୁ ହେବା ଅସମ୍ଭବ ।’

 

Leave a Reply

Your email address will not be published.

Copyright © All rights reserved. | Newsphere by AF themes.