ଜାତୀୟ

ଭାରତୀୟ ସେନାରେ ସାମିଲ ହେବ ଶକ୍ତିଶାଳୀ ତୋପ ଧୁନଷ

ଆଓରି-ନୂଆଦିଲ୍ଲୀ(୨୬/୦୩) : ମଙ୍ଗଳବାରରେ ଭାରତୀୟ ସେନାରେ ଶକ୍ତିଶାଳୀ ତୋପ ଧୁନଷ ସାମିଲ ହୋଇଛି । ଏହା ଭୋଫର୍ସ ତୋପଠାରୁ ବି ଅଧିକ ଶକ୍ତିଶାଳୀ । ଏହା ୧୫୫ ଏମ୍‌ଏମ୍‌/୪୫କେଲିବର ତୋପ । ପ୍ରଥମ ପର୍ଯ୍ୟାୟରେ ଭାରତୀୟ ସେନାରେ ୬ଟି ଧନୁଷ ତୋପ ଭାରତୀୟ ସେନାରେ ସାମଲି ହୋଇଛି । ଗତ ଫେବ୍ରୁଆରୀ ମାସରେ ସେନା ପକ୍ଷରୁ ୧୧୪ଟି ଧନୁଷ ତୋପ କ୍ରୟ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଏହାର  ମାତ୍ର ୩୬ ଦିନ ମଧ୍ୟରେ ସେନାକୁ ୬ଟି ତୋପ ଦିଆଯାଉଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଏହି ତୋପ ନିର୍ମାଣ ହୋଇଛି ।

ଏହାର ପରୀକ୍ଷଣ ହୋଇ ସାରିଛି । ଏହାକୁ ଜେନେରାଲ ଅର୍ଡିନାନ୍ସ ଫ୍ୟାକ୍ଟରୀରେ ତିଆରି କରାଯାଇଛି । ମେକ୍‌ ଇନ୍‌ ଇଣ୍ଡିଆର କାର୍ଯ୍ୟକ୍ରମ ଅନ୍ତର୍ଗତରେ ଏହି ତୋପକୁ ନିର୍ମାଣ କରାଯାଇଛି । ଏହି ତୋପ ଉପରେ ପରିବେଶର ଅଧିକ ପ୍ରଭାବ ରହିବ ନାହିଁ । ଅଧିକ ଗରମ କି ଥଣ୍ଡାରେ ଏହି କାର୍ଯ୍ୟକ୍ଷମ ହୋଇ ପାରିବ । କମ୍ପ୍ୟୁଟରରୁ ଏହାକୁ ପରିଚାଳନା କରାଯାଇ ପାରିବ । ୩୮ କିଲୋମିଟର ପର୍ଯ୍ୟନ୍ତ ଏହା ଲକ୍ଷ୍ୟ ଭେଦ କରିପାରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button