ଅଗସ୍ତା ୱେଷ୍ଟଲାଣ୍ଡ ମାମଲାରେ ମୋହନ ଗୁପ୍ତାକୁ ଗିରଫ କଲା ଇଡି
1 min read
ଆଓରି-ନୂଆଦିଲ୍ଲୀ(୨୬/୦୩) : ଅଗସ୍ତା ୱେଷ୍ଟଲାଣ୍ଡ ମାମଲାରେ ଇଡିର ବଡ ସଫଳତା । ଆଉ ଜଣେ ମଧସ୍ଥି ମୋହନ ଗୁପ୍ତାକୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଅଭିଯୁକ୍ତକୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର କରାଯିବ । ଏହାପୂର୍ବରୁ ମୋହନ ଗୁପ୍ତଙ୍କୁ ଅଧିକାରୀମାନେ ଅନେକ ଥର ପଚରାଉଚରା କରିଛନ୍ତି । କିନ୍ତୁ ସେ ତଦନ୍ତ ପ୍ରକ୍ରିୟାରେ କୌଣସି ସହଯୋଗ କରୁନଥିଲେ । ତେଣୁ ତାଙ୍କୁ ଗିରଫ କରାଯାଇଛି ।
ଏହି କାରବାରର ମୁଖ୍ୟ ମଧ୍ୟସ୍ଥି କିଶ୍ଚିୟନ ମିଶେଲଙ୍କୁ ବହୁ ପୂର୍ବରୁ ଗିରଫ କରିଥିଲା । ତାଙ୍କୁ ସାଉଦି ଆରବରୁ ଭାରତକୁ ଆଣାଯାଇଥିଲା । ସେ ଏବେ ଦିଲ୍ଲୀର ତିହାଡ ଜେଲରେ ବନ୍ଦୀ ଅଛନ୍ତି ।