ଶ୍ରୀମତୀ ପୁନମ ମହାଜନଙ୍କ ନେତୃତ୍ୱରେ ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା
1 min read
ଆଓରି-ନୂଆଦିଲ୍ଲୀ(୦୫/୦୨) : ଫେବୃଆରୀ ୭ରେ ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା । ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ପୁନମ ମହାଜନଙ୍କ ନେତୃତ୍ୱରେ ଗର୍ଜିବେ ଲକ୍ଷାଧିକ ବେକାର ଯୁବକ-ଯୁବତୀ । ୧୯ ବର୍ଷ ଧରି ଶାସନରେ ରହି ମଧ୍ୟ ସେମାନଙ୍କୁ ଚାକିରୀ ଦେଇ ନଥିବା ନେଇ ରାଜ୍ୟ ସରକାରଙ୍କୁ ଜବାବ ମାଗିବେ । ବିଜେପି କାର୍ଯ୍ୟାଳୟରୁ ସକାଳ ୧୦ରୁ ଏକ ବିଶାଳ ରାଲିରେ ବାହାରି ବିଧାନସଭା ସମ୍ମୁଖରେ ପହଞ୍ଚିବେ ।
୧୯ ବର୍ଷ ଶାସନ କାଳ ମଧ୍ୟରେ ରାଜ୍ୟରେ ବେକାରୀ ସମସ୍ୟା ଦୂର ହୋଇପାରିନି । ଯୁବସମାଜକୁ ରାଜ୍ୟ ସରକାର ଧୋକା ଦେଇଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ବହୁ ସଂଖ୍ୟକ ଯୁବକ-ଯୁବତୀ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ।