May 13, 2024

ପୁନର୍ବାର ଓଡିଶା ଆସିବେ ବିଜେପି ମୁଖ୍ୟ ଅମିତ ଶାହ

1 min read
amit-shah-will-come-again-odisha-Aajira-odisha

ଆଓରି-ଭୁବନେଶ୍ଵର(୦୪/୦୨) : ପୁଣି ଓଡ଼ିଶା ଆସିବେ ଶାହ । ସାଲେପୁରରେ ବିଜେପି ବୁଥ ୱାର୍କରମାନଙ୍କୁ ସମ୍ବୋଧନ କରିବା ଭଳି ପୁଣି ୪ ଟି ଲୋକସଭା ଆସନର ବୁଥସ୍ତରୀୟ ଓ୍ୱାର୍କରଙ୍କୁ ସମ୍ବୋଧନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ସଭା ପାଇଁ ତାରିଖ ଠିକ୍ ହୋଇନଥିବା ବେଳେ ୨ ସପ୍ତାହ ଭିତରେ ଶାହ ଆସିବେ ବୋଲି ବିଜେପି ପକ୍ଷରୁ ଆଲୋଚନା ହେଉଛି । ରାଜ୍ୟରେ ବିଜେପିର ଲୋକସଭା ଆସନ ବୃଦ୍ଧି ପାଇବ । ରାଜ୍ୟରେ ବିଜେପିର ଭୋଟ ବଢ଼ୁଥିବା ନେଇ ଜାତୀୟ ଗଣମାଧ୍ୟମ ସର୍ଭେରେ ପ୍ରକାଶ ପାଇବା ପରେ ରାଜ୍ୟରେ ବିଜେପି କାର୍ଯ୍ୟକର୍ତାମାନେ ଏବେ ପ୍ରବଳ ଉତ୍ସାହରେ ଅଛନ୍ତି । ବିଜେପି ୧୩ଟି ଲୋକସଭା ଆସନରେ ବିଜୟଲାଭ କରିବ ବୋଲି ଗତ କିଛିଦିନ ତଳେ ଟାଇମ୍ସ ନାଓ ସର୍ଭେରେ ପ୍ରକାଶ ପାଇଥିଲା । ଯାହାକୁ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଓଡ଼ିଶାରେ ଆସନ ବୃଦ୍ଧି ଉପରେ ଆଖି ରଖିଛନ୍ତି । ଭାରତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଉପରେ ଶାହ ନିଜେ ନଜର ରଖିଛନ୍ତି । ଆଉ ଓଡ଼ିଶାରେ ମଧ୍ୟ ବିଜେପି ଭଲ କରିବ ବୋଲି ଦୃଢ଼ ଆଶାବାଦୀ ଅଛନ୍ତି ଶାହ । ପୁରୀରେ ଜନଜାତି ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ ଶାହ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.