May 19, 2024

ବିହାରରେ ସ୍ଥାପିତ ହେବ ସ୍ୱର୍ଗତ ଅରଣୁ ଜେଟଲୀଙ୍କ ମୂର୍ତ୍ତି ; ନିତୀଶ କୁମାର

1 min read
Arun jaitley statue will be built in bihar-Aajira-Odisha

ଆଓରି-ନୂଆଦିଲ୍ଲୀ(୩୧/୦୮) : ବିହାରର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଘୋଷଣା କରିଛନ୍ତି ବିଜେପି ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରଣୁ ଜେଟଲୀଙ୍କ ମୂର୍ତ୍ତିକୁ ରାଜ୍ୟରେ ସ୍ଥାପନ କରାଯିବ ।  ଏଥିସହିତ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ରାଜ୍ୟ ଉତ୍ସବ ଭାବେ ପାଳନ କରାଯିବ । କୃିଷ୍ଣା ମେମୋରିଆଲ ହଲରେ ଆୟୋଜିତ ହୋଇଥିବା ଶ୍ରଦ୍ଧାଞ୍ଜଳୀ ସଭାରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନିତୀଶ କୁମାର କହିଛନ୍ତି, ବିହାରରେ ଆମକୁ ଲୋକମାନଙ୍କ ସେବା କରିବାର ଯେଉଁ ସୁଯୋଗ ମିଳିଛି ସେଥିରେ ଅରୁଣ ଜେଟଲୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୪ ତାରିଖରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ୬୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ବିହାର ମୁଖ୍ୟମନ୍ତ୍ରୀ ଅରୁଣ ଜେଟଲୀଙ୍କ ନିଧନରେ ଶୋକ ପ୍ରକାଶ କରି ଏହାକୁ ବ୍ୟକ୍ତିଗତ କ୍ଷତି କହିଥିଲେ । ସେ ରାଜ୍ୟରେ ଦୁଇ ଦିନିଆ ଶୋକର ଘୋଷଣା ମଧ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.