May 19, 2024

ନୂଆଦିଲ୍ଲୀଠାରେ ‘ରନ୍‌ ଫର ୟୁନିଟି’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଅମିତ ଶାହ

1 min read
Amit-Shah-In-Delhi-Aajira-Odisha

ଆଓରି-ନୂଆଦିଲ୍ଲୀ(୩୧/୧୦) : ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଦେଶବ୍ୟାପୀ ‘ରନ୍‌ ଫର ୟୁନିଟି’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନୂଆଦିଲ୍ଲୀଠାରେ ଶାହ ‘ରନ୍‌ ଫର ୟୁନିଟି’କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ, ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଦେଶରେ ଆତଙ୍କବାଦର ପ୍ରବେଶ ଦ୍ଵାର ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧାରା ୩୭୦ ଏବଂ ୩୫ଏ ଉଚ୍ଛେଦ କରି ଏହି ଦ୍ବାର ବନ୍ଦ କରିଦେଇଛନ୍ତି। ଏହା ସହିତ ଜାମ୍ମୁ-କାଶ୍ମୀରକୁ ଦୁଇ ଭାଗ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛନ୍ତି।

ଶାହ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ, ଆଜି ଆମେ ଯେଉଁ ଭାରତର ମାନଚିତ୍ର ଦେଖୁଛୁ ତାହା କେବଳ ସର୍ଦ୍ଦାର ପଟେଲଙ୍କ ଯୋଗୁ ସମ୍ଭବ ହୋଇପାରିଛି। ସର୍ଦ୍ଦାର ପଟେଲ ୫୫୦ ପ୍ରଦେଶକୁ ଏକତ୍ର କରି ଭାରତର ସଂହତିକୁ ସୁନିଶ୍ଚିତ କରିଥିଲେ। କିନ୍ତୁ ଜାମ୍ମୁ-କାଶ୍ମୀରକୁ ନେଇ ତାଙ୍କର ଦୁଃଖ ରହିଥିଲା। ଜାମ୍ମୁ-କାଶ୍ମୀର ଭାରତ ସହିତ ମିଶିଥିଲା, କିନ୍ତୁ ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଆମ ପାଇଁ ସମସ୍ୟା ସୃଷ୍ଟି କରୁଥିଲା, ଯାହାର ଆଜି ସମାଧାନ ହୋଇପାରିଛି। ଆଜି ପଟେଲଙ୍କ ଜୟନ୍ତୀରୁ ଦେଶରେ ଗୋଟିଏ ସମ୍ବିଧାନ ଲାଗୁ ହୋଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.