ବ୍ୟାଙ୍କଙ୍ଗରେ ଆରମ୍ଭ ହେଲା ୩୫ତମ ଆସିଆନ୍ ଶିଖର ସମ୍ମିଳନୀ
1 min read
ଆଓରି-ଭୁବନେଶ୍ଵର(୦୧/୧୧) : ୩୫ତମ ଆସିଆନ୍ ଶିଖର ସମ୍ମିଳନୀ ଗୁରୁବାରଠାରୁ ବ୍ୟାଙ୍କଙ୍ଗରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ୍ ଚାନ୍-ଓ-ଚା Impact Convention Complexଠାରେ ଆଜି ଏହି ସମ୍ମିଳନୀର ଉଦ୍ଘାଟନ କରିଛନ୍ତି। ଆସିଆନ୍ ହେଉଛି ୧୦ଟି ପୂର୍ବ-ଏସୀୟ ରାଷ୍ଟ୍ରକୁ ନେଇ ଏକ ମଞ୍ଚ, ଯାହା ସଦସ୍ୟ
ରାଷ୍ଟ୍ରଗୁଡ଼ିକ ମଧ୍ୟରେ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସହଯୋଗ ବୃଦ୍ଧିରେ ସାହାଯ୍ୟ କରିଥାଏ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩ ଓ ୪ ତାରିଖରେ ଏହି ସମ୍ମିଳନୀରେ ଯୋଗ ଦେବେ। “ପରସ୍ପର ମଧ୍ୟରେ ନିରନ୍ତର ସହଯୋଗ ବୃଦ୍ଧି” ସମ୍ମିଳିନୀରେ ଚଳିତ ବର୍ଷର ଶୀର୍ଷକ ରହିଛି।