May 8, 2024

ତାମିଲନାଡୁ ପରି ଆହ୍ଲାବାଦରେ ମିଳିବ ଯୋଗୀ ଥାଳି

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୪/୯) : ତାମିଲନାଡୁରେ ଆମ୍ମା ଥାଳି ପରି ଏବେ ଉତ୍ତରପ୍ରଦେଶର ଆହ୍ଲାବାଦରେ ମିଳିବ ୧୦ଟଙ୍କିଆ ‘ଯୋଗୀ ଥାଳି’। ତେବେ ତାଲିମଲନାଡୁ ବା ଓଡ଼ିଶା ପରି କିନ୍ତୁ ଏହା ଏହା ସରକାରଙ୍କର ଏକ ଯୋଜନା ନୁହେଁ, ବରଂ ଏହି ୧୦ ଟଙ୍କିଆ ‘ଯୋଗୀ ଥାଳି’ ଯୋଜନା ଆରମ୍ଭ କରିଛନ୍ତି ଆହ୍ଲାବାଦର ଦିଲ୍ଲୀପ କାକେ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ବନ୍ଧୁ। ଆଉ ଏହି ଯୋଗୀ ଥାଳି ଯୋଜନାକୁ ଉଦ୍‌ଘାଟନ କରିଛନ୍ତି ଆହ୍ଲାବାଦର ମେୟର ଅଭିଳାଶ ଗୁପ୍ତା।
କେହି ଗରିବ, ଭିନ୍ନକ୍ଷମ ଏପରିକି ସାଧୁଯୋଗୀ, ଭିକାରୀ ଯେପରି ଖାଲି ପେଟରେ ନ ରୁହନ୍ତି, ସେଥିପାଇଁ ଦିଲ୍ଲିପ କେକେ ଓ ତାଙ୍କ ବନ୍ଧୁ ଏହି ଯୋଜନା କରିଛନ୍ତି। ଏହି ଯୋଜନାରେ ଜଣେ ବ୍ୟକ୍ତିିଙ୍କୁ ୧୦ଟଙ୍କାରେ ଖାଦ୍ୟ ଯୋଗାଇ ଦିଆଯିବ। ଆଉ ଗରିବ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ଏହି ଖାଦ୍ୟ କୁ ଯୋଗୀ ଥାଳି ନାମ ଦିଆଯାଇଛି। କାରଣ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଗରିବ ଲୋକମାନଙ୍କ ପାଇଁ ହିଁ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଗୋଟିଏ ସ୍ଥାନରେ ଅର୍ଥାତ ଆହ୍ଲାବାଦର ଅତ୍ତାରୁସୟା ଅଞ୍ଚଳରେ ଏହି ଯୋଗୀ ଥାଳି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଗାମୀ ଦିନରେ ସ୍ଥାନୀୟ ବ୍ୟବସାୟୀଙ୍କ ସହଯୋଗରେ ଅଧିକରୁ ଅଧିକ ସ୍ଥାନରେ ‘ଯୋଗୀ ଥାଳି’ ଉପଲବ୍ଧ କରାଯିବା ପାଇଁ ଯୋଜନା କରାଯାଉଛି ବୋଲି ଦିଲ୍ଲୀପ କାକେ କହିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.