May 18, 2024

ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କର ଶୁଭ ଉଦ୍‍ଘାଟନ କଲେ ନରେନ୍ଦ୍ର ମୋଦି

1 min read
Swadesh Vichar

ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ (ଆଇପିପିବି)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ତାଳକୋଟରା ଷ୍ଟାଡିୟମରେ ଶୁଭ ଉଦ୍‍ଘାଟନ କରିଛନ୍ତି। ସମସ୍ତଙ୍କୁ ବ୍ୟାଙ୍କିଙ୍ଗ ସେବା ସହିତ ଯୋଡିବା ଏବଂ ବ୍ୟାଙ୍କ ଜମାଖାତା, କରେଣ୍ଟ ଆକାଉଣ୍ଟ ଏହି ବ୍ୟାଙ୍କ ଜମାଖାତା, କରେଣ୍ଟ ଆକାଉଣ୍ଟ ମନି ଟ୍ରାନ୍ସଫର ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର ବିଲ୍‍ ଓ ୟୁଟିଲିଟି ଆଦି ଦେୟ ଆଦି ଏହା ମାଧ୍ୟମରେ ପଇଠ କରାଯାଇ ପାରିବ।   ଆଜିଠାରୁ ଏହା ୬୫୦ଟି ଶାଖା ଏବଂ ୩ହଜାର ୨୫୦ଟି ଉପଶାଖା ସାରା ଦେଶରେ କାର୍ଯ୍ୟକାରୀ ହେବ। ଚଳିତବର୍ଷ ଡିସେମ୍ବର ମାସ ୩୧ତାରିଖ ସୁଦ୍ଧା ଆଇପିପିବି ବ୍ୟବସ୍ଥା ସହ ଦେଶର ଏକଲକ୍ଷ ୫୫ହଜାର ଡାକଘରକୁ ସଂଯୋଗ କରାଯିବ।

ଆର୍ଥିକ ସମଷ୍ଟିଗତ ଲକ୍ଷ୍ୟ ତୁରନ୍ତ ହାସଲ କରିବା ଦିଗରେ ସାଧାରଣ ଲୋକମାନଙ୍କ ପାଇଁ ଏକ ବିଶ୍ୱସ୍ତ, ଶସ୍ତା ଓ ସହଜ ବ୍ୟାଙ୍କ ଭାବରେ ଆଇପିପିବି କାର୍ଯ୍ୟ କରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଡାକ ବିଭାଗର ବିଶାଳ ନେଟୱାର୍କକୁ ବିନିଯୋଗ କରାଯାଇ ଏହାର ଲାଭ  ସମସ୍ତଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି । ଦେଶର କୋଣଅନୁକୋଣରେ ଥିବା ଡାକଘର ଗୁଡ଼ିକରେ ୩ଲକ୍ଷ ପୋଷ୍ଟ ମ୍ୟାନ୍‍ ଓ ଗ୍ରାମୀଣ ଡାକସେବକଙ୍କ ଜରିଆରେ ଲୋକମାନଙ୍କୁ ଏହି ବ୍ୟାଙ୍କ ସେବା ଉପଲବ୍ଧ କରାଯିବ। ଦ୍ରୁତ ପ୍ରଗତି ପଥରେ ଆଗେଇ ଚାଲିଥିବା ଦେଶର ଦୂରଦୂରାନ୍ତ ଓ ଦୁର୍ଗମ ଅଞ୍ଚଳରେ ସରକାରୀ ଯୋଜନାର ଲାଭ ଗୁଡ଼ିକୁ ପହଞ୍ଚାଇବା ପାଇଁ ଆଇପିପିବିକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‍ ଖୁଣ୍ଟ ବୋଲି ବିବେଚନା କରାଯାଉଛି।

ପୂର୍ବରୁ ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ପ୍ରତିଷ୍ଠା ଲାଗି ସଂଶୋଧିତ ପ୍ରକଳ୍ପ ବ୍ୟୟ ଅଟକଳ ୮୦୦ କୋଟିରୁ ୧,୪୩୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ସଂଶୋଧିତ ବ୍ୟୟ ଅଟକଳ ବାବଦକୁ ଖର୍ଚ୍ଚ ହେବାକୁ ଥିବା ୬୩୫ କୋଟି ଟଙ୍କା ମଧ୍ୟରୁ ୪୦୦ କୋଟି ଟଙ୍କା ପ୍ରଯୁକ୍ତି ମୂଲ୍ୟ ଏବଂ ୨୩୫ କୋଟି ଟଙ୍କା ମାନବ ସମ୍ବଳ ବାବଦକୁ ବ୍ୟୟ କରାଯିବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.