April 18, 2024

ସେପ୍ଟେମ୍ବର ୨୨ରେ ନରେନ୍ଦ୍ର ମୋଦି ତାଳଚେର ଫର୍ଟିଲାଇଜର ଲିମିଟେଡର ଶୁଭ୍‍ ଉଦ୍‍ଘାଟନ କରିବେ ; ଧର୍ମେନ୍ଦ୍ର ପ୍ରଧାନ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୦୧/୮) : ନୂତନ ଜ୍ଞାନକୌଶଳ ଆଧାରରେ ନିର୍ମିତ ହେବାକୁ ଥିବା ତାଳଚେର ଫର୍ଟିଲାଇଜର ଲିମିଟେଡକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭ୍‍ ଉଦ୍‍ଘାଟନ କରିବେ। ଏଥିପାଇଁ ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓଡ଼ିଶାଗସ୍ତରେ ଆସିବେ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେ କହିଛନ୍ତି ଯେ ୧୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶରେ ପ୍ରତିଷ୍ଠିତ ହେବାକୁ ଥିବା ଏହି ସାର କାରଖାନା କେବଳ ସାର ନୁହେଁ, ବୈଜ୍ଞାନିକମାନଙ୍କ ଅନୁସନ୍ଧାନର ଆଧାରରେ କୋଇଲାରୁ ଗ୍ୟାସ, ତଥା ଆମୋନିଆ ଓ ୟୁରିଆ ଉତ୍ପାଦନ କରିବ। ଏହାସହ ଜଟିଳ ବୈଜ୍ଞାନିକ ପ୍ରକ୍ରିୟାରେ ମିଥାନେଲ ମଧ୍ୟ ଉତ୍ପାଦିତ ହେବ। କୋଇଲାରୁ ମିଥାନେଲ ବାହାରିଲେ ଅଶୋଧିତ ତୈଳର ଆମଦାନୀକୁ କମ କରାଯାଇ ଦେଶର ଅର୍ଥନୀତିକୁ ବଡ ସହଯୋଗ ମିଳିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ ଓଡିଶା ଭଳି ରାଜ୍ୟରେ ପ୍ରଚୁର କୋଇଲା ମହଜୁଦ ଥିବା ବେଳେ କୋଇଲାରୁ ବିଜୁଳି ବାହାର କରିବା ଏକ ମାତ୍ର ବ୍ୟବହାର ଥିଲା। ମାତ୍ର କୋଇଲାରୁ ଗ୍ୟାସ,ଆମୋନିଆ, ୟୁରିଆ ଓ ମିଥାନେଲ ଉତ୍ପାଦନ ମୋଦୀ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ।

ଏଥିପାଇଁ ଆସନ୍ତା ୨୨ ତାରିଖ ଓଡିଶା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଦିନ ଭାବରେ ପରିଗଣିତ ହେବ। ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଳଚେର ଠାରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପରେ ଝାରସୁଗୁଡାଠାରେ ଓଡିଶାର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବିମାନ ବନ୍ଦରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶୁଭାରମ୍ଭ କରିବେ। ହାବାଇ ଚପଲ ପିନ୍ଧୁ ଥିବା ଲୋକ ହାବାଇ ଜାହାଜରେ ଯାତ୍ରା କରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.