ରାଜ୍ୟ

ଳଢ଼ୁଆ ଯୁଦ୍ଧ ବିମାନ ମିଗ୍‌ ୨୭ ଦୁର୍ଘଟଣାଗ୍ରସ୍ତ

ଆଓରି-ନୂଆଦିଲ୍ଲୀ(୪/୯) : ଭାରତୀୟ ବାୟୁସେନାର ଳଢ଼ୁଆ ଯୁଦ୍ଧ ବିମାନ ମିଗ୍‌ ୨୭ ଆଜି ସକାଳେ ରାଜସ୍ଥାନର ବାଡମେର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ ମିଗ୍‌ ୨୭ ଲଢ଼ୁଆ ଯୁଦ୍ଧ ବିମାନର ପାଇଲଟ୍‌ ସୁରକ୍ଷିତ ଭାବେ ବେଲ ଆଉଟ୍‌ କରିଯାଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଛି ସେ ସମ୍ପର୍କରେ ବିଶେଷ କିଛି ସୂଚନା ମିଳି ନାହିଁ। କିନ୍ତୁ ମାତ୍ର ୨ ମାସ ବ୍ୟବଧାନରେ ଏହା ଯୋଧପୁର ଅଞ୍ଚଳରେ ଦ୍ୱିତୀୟ ଘଟଣା ଯେଉଁଥିରେ ଦୁଇଟି ମିଗ୍‌ ୨୭ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନଷ୍ଟ ହୋଇଯାଇଛିି।ସୂଚନାଯୋଗ୍ୟ ଯେ ଜୁନ ମାସରେ ମଧ୍ୟ ଯୋଧପୁର ଠାରେ ଏକ ମିଗ୍‌ ୨୭ ଯୁଦ୍ଧବିମାନ ନିୟମିତ ଉଡ଼ାଣ ଆରମ୍ଭ କରିବା ପରେ ଏକ ଆବାସିକ ଅଞ୍ଚଳରେ ଖସିପଡ଼ିଥିଲା। ସେଥିରେ ମଧ୍ୟ ଦୁର୍ଘଟଣାର କେତେ ସେକେଣ୍ଡ ପୂର୍ବରୁ ପାଇଲଟ୍‌ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିିଲେ। ସେହିପରି ୨୦୧୭ ନଭେମ୍ବର ମାସରେ ମଧ୍ୟ ଏକ୍‌ ମିଗ୍‌ ୨୭ ଯୁଦ୍ଧ ବିମାନ ଅବତରଣ କରୁଥିବାବେଳେ ଏହାର ଟାୟାର ଫାଟିଯିବାରୁ ଏହା ଯୋଧପୁରଏୟାରପୋର୍ଟର ରନ୍‌ୱେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button