April 19, 2024

ଗତକାଲି ପୁରୀ ଠାରେ ଦୁଇଟି ସିଏନଜି ଷ୍ଟେସନର ଶୁଭ ଉଦ୍‌ଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୦୧/୦୩) : ଗତକାଲି ପୁରୀ ଠାରେ ବାଲୁଖଣ୍ଡ ଓ ଉତ୍ତରା ଛକରେ ଦୁଇଟି ସିଏନଜି ଷ୍ଟେସନର ଶୁଭ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ସାଢେ ୫ ବର୍ଷ ଭିତରେ ଘରେ ଘରେ ନଳରେ ପାଣି ଆସିବା ଭଳି ଓଡିଶାର ୧୯ଟି ଜିଲ୍ଲାର ଅଧିବାସୀମାନଙ୍କୁ ପାଇପ ଯୋଗେ ୨୪ ଘଂଟିଆ ରନ୍ଧନ ଗ୍ୟାସ ମିଳିବ । ଏ କାମ ପୁରୀ ସହରରେ ଖୁବ ଶୀଘ୍ର ଆରମ୍ଭ କରାଯିବ ବୋଲି ଏହି କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଧୁନିକ ଜୀବନରେ ଇନ୍ଧନ ଗୋଟିଏ ମହତ୍ୱପୂର୍ଣ୍ଣ ଆବଶ୍ୟକିୟ ବସ୍ତୁ ହୋଇସାରିଛି । ଖାଦ୍ୟ, ଜଳ, ପବନ, ବସ୍ତ୍ର ପରି ଅତ୍ୟାବଶକୀୟ ଜିନିଷ ପରି ପେଟ୍ରୋଲ, ଡିଜେଲ, ଜାଳେଣୀ ଇନ୍ଧନ, ବିଜୁଳି ମଧ୍ୟ ଅତ୍ୟାବଶକୀୟ ଜିନିଷ ହେଲାଣି । ଆଜିର ଯୁଗରେ ଇନ୍ଧନ ଓ ଉର୍ଜାର ଆବଶ୍ୟକତା ଅଛି । ଉର୍ଜା ଧୀରେ ଧୀରେ ସ୍ୱଚ୍ଛ ହେବା ସହ ପ୍ରଦୁଷଣ ମୁକ୍ତ ଓ ଶସ୍ତା ହେବା ଦରକାରା ଫଳରେ ଜଣେ ସାଧାରଣ ଲୋକ ଇନ୍ଧନକୁ ହାତ ପାହାଁନ୍ତାରେ ପାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ସାରା ଭାରତବର୍ଷରେ ଗାଁକୁ ବିଜୁଳି ଯାଇପାରିଛି । ଓଡିଶାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର କ୍ରିୟାନ୍ୱୟନ ମାଧ୍ୟମରେ ଆଜି ଘରେ ଘରେ ଏଲପିଜି ପହଁଚିପାରିଛି । ବର୍ତମାନ ସମୟରେ ଯାନ ବାହାନରେ ଯିବା ପାଇଁ ପେଟ୍ରୋଲ ଓ ଡିଜେଲର ଆବଶ୍ୟକତା ହେଉଛି । ଭାରତବର୍ଷ ଏବଂ ପୃଥିବୀର ଅଗ୍ରଣୀ ଅଂଚଳରେ ପେଟ୍ରୋଲ, ଡିଜେଲ ବଦଳରେ ଧୀରଧୀରେ ସ୍ୱଚ୍ଛ ଇନ୍ଧନ ଲଗାଇବାର କାମ ହୋଇ ସାରିଲାଣି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱସ୍ତରର କଳାକୌଶଳ ସହ ଗ୍ୟାସ ଆଧାରିତ ଅର୍ଥନୀତି ଭାରତକୁ ପରିଣତ କରିବାକୁ ପଡିବ । ଗ୍ୟାସ ଆଧାରିତ ଅର୍ଥନୀତିରେ ଶସ୍ତା ଓ ସ୍ୱଚ୍ଛ ଇନ୍ଧନ ମିଳିବ । ନରେନ୍ଦ୍ର ମୋଦି ଭାରତବର୍ଷକୁ ବିକଶିତ କରେଇବା ତଥା ବିଶ୍ୱରେ ଭାରତକୁ ଅଗ୍ରଣୀ ଅଂଚଳ କରିବା ପାଇଁ ପଛେଇ ନାହାଁନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆଜି ଗ୍ୟାସ ଆଧାରିତ ଅର୍ଥନୀତି ଧାମରାରେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରି ଗୋଟିଏ ଏଲଏନଜି ଟର୍ମିନାଲ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ବିଶ୍ୱ ଏବଂ ଭାରତର ବିଭିନ୍ନ ଅଂଚଳରୁ ଗ୍ୟାସ ଜାହାଜରେ ଆସି ଧାମରା ବନ୍ଦରରେ ପହଁଚିବ । ଧାମରା ବନ୍ଦରରୁ ଓଡିଶା, ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ,  ଉତରପ୍ରଦେଶ ପର୍ଯ୍ୟନ୍ତ ଏବଂ ପୁରୀ ଭଳି ତୀର୍ଥ କ୍ଷେତ୍ରକୁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ନାଁରେ ଗ୍ୟାସ ପହଁଚିବ । ଓଡିଶାରେ ପାଖାପାଖି ୭୭୦ କିମ ପାଇପଲାଇନ୍ ୪୦୦୦ କୋଟି ଟଙ୍କା ବ୍ୟୟରେ ଓଡିଶାର ୧୩ଟି ଜିଲ୍ଲା ଦେଇ କି ଧାମରାରେ ଟର୍ମିନାଲ ହେବ । ଓଡିଶା ଦେଇ ଅଧା ଭାରତକୁ ଇନ୍ଧନ ପହଁଚିବ । ସେହି ପାଇପଲାଇନରେ ଓଡିଶାର କଟକ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ବରଗଡ, ଦେବଗଡ, ସମ୍ବଲପୁର, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କେନ୍ଦୁଝର, ପୁରୀ, ନୟାଗଡ ଗଞ୍ଜାମ ପ୍ରଭୁତି ୧୯ଟି ଜିଲ୍ଲାକୁ ପାଇପ ଗ୍ୟାସ ପହଁଚିବ । ଏହାର କାମ ଆଜି ଏଠାରେ ଆରମ୍ଭ କରାଗଲା ।

ଶ୍ରୀ ପ୍ରଧାନ କହିଛନ୍ତି ପୁରୀର ମା ଭଉଣୀ ମାନଙ୍କର ସୁଖ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଦରକାର । ଦିଲ୍ଲୀ, ବମ୍ବେ ଭଳି ପେଟ୍ରୋଲ ପମ୍ପରେ ସିଏନଜି ମିଳିବ । ଗତ ୫୫ ମାସରେ ନରେନ୍ଦ୍ର ମୋଦିଙ୍କ ସରକାରରେ ବିକାଶର କେନ୍ଦ୍ରବିନ୍ଦୁରେ ଗରିବ ଲୋକମାନେ ଅଛନ୍ତିା ମା ଭଉଣୀ, ଓଡିଆ ଯୁବକ ମାନେ ଅଛନ୍ତି । ନରେନ୍ଦ୍ର ମୋଦି ଓଡିଶାକୁ ବିକାଶର ପ୍ରୟୋଗଶାଳା କରିଛନ୍ତି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.