ନୂଆ ଏକ୍ସୟୁଭି ୩୦୦ ମଡେଲର ବଜାର ପ୍ରବେଶ
1 min read
ଆଓରି-ଭୁବନେଶ୍ଵର(୦୩/୦୩) : ଅନୁଗୋଳ ସିଦ୍ଧି ଲକ୍ଷ୍ମୀ ଶୋ’ରୁମ୍ଠାରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପକ୍ଷରୁ ନୂଆ ଏକ୍ସୟୁଭି ୩୦୦ ମଡେଲର ବଜାର ପ୍ରବେଶ କରାଯାଇଛି। ଏହାର ପେଟ୍ରୋଲ ଡବ୍ଲ୍ୟୁ ୪ ଭାରିଆଣ୍ଟର ଏକ୍ସ ଶୋ’ରୁମ୍ ବଜାର ମୂଲ୍ୟ ୭.୯୦ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ସେହିଭଳି ଡିଜେଲ ଡବ୍ଲ୍ୟୁ ୪ ଭାରିଆଣ୍ଟର ମୂଲ୍ୟ ୮.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବା କମ୍ପାନୀ ପ୍ରକାଶ କରିଛି। ଏଥିରେ ଦମ୍ଦାର ଡିଜାଇନ, ସୁରକ୍ଷା ବୈଶିଷ୍ଟ୍ୟ ଓ ଆକର୍ଷଣୀୟ ଇଣ୍ଟେରିୟରର ଏକ ବିସ୍ତୃତ ପ୍ୟାକେଜ ରହିଛି। ଡବ୍ଲ୍ୟୁ ୪, ଡବ୍ଲ୍ୟୁ ୬ ଓ ଡବ୍ଲ୍ୟୁ ୮୩ଟି ଭାରିଆଣ୍ଟରେ ଏହା ଆସୁଛି।
୨୦୧୧ରେ ଏକ୍ସୟୁଭି ବ୍ରାଣ୍ଡ ବଜାରକୁ ଆସିଥିଲା। ଏବେ ନୂଆ ଏକ୍ସୟୁଭି ୩୦୦ ଜରିଆରେ ଆଉ କିଛି ପାଦ ଆଗକୁ ବଢ଼ିଛୁ ବୋଲି କମ୍ପାନୀ କହିଛି। ଏହାକୁ କୋରିଆନ ଟେକ୍ନୋଲୋଜି ଓ ଭାରତୀୟ ପ୍ରଯୁକ୍ତିର ମିଶ୍ରଣରେ ପ୍ରସ୍ତୁତ କରାଯାଇଛି। ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ପ୍ରସ୍ତୁତ ହୋଇଥିବାରୁ ଏହା ଗ୍ରାହକଙ୍କୁ ଆକୃଷ୍ଟ କରିବା ନେଇ କମ୍ପାନୀ ଆଶାବାଦୀ ଥିବା କହିଛି। ମଡେଲଟି ୧.୫ ଲିଟର ଟର୍ବୋ ଡିଜେଲ ଇଞ୍ଜିନ ଓ ୧.୨ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ବିକଳ୍ପ ସହ ଆସୁଛି। ଜିପିଏସ୍ ନାଭିଗେଶନ୍ ସହ ୧୭.୭୮ ସିଏମ୍ ଟଚ୍ସ୍କ୍ରିନ ଇଫୋଟେନ୍ମେଣ୍ଟ ସିଷ୍ଟମ୍, ସୋସିଆଲ ମିଡିଆ କନେକ୍ଟିଭିିଟି, ଇକୋସେନ୍ସ ଟେକ୍ନୋଲୋଜି ଓ ମାଇକ୍ରୋ ହାଇବ୍ରିଡ୍ ସିଷ୍ଟମ ଏଥିରେ ରହିଛି। ନୂଆ ମଡେଲଟିର ଉନ୍ମୋଚନ ଅବସରରେ ସ୍ବତ୍ତ୍ୱାଧିକାରୀ ବିକ୍ରମ ଅଗ୍ରୱାଲ, ମ୍ୟାନେଜିଙ୍ଗ ଡାଇରେକ୍ଟର ରାଜ୍ କୁମାର ଅଗ୍ରୱାଲଙ୍କ ସହ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।