May 8, 2024

ମାର୍ଚ୍ଚ ୭ରୁ ଯୁକ୍ତ ୨ପରୀକ୍ଷା ; ୧୦୯୧ଟି କେନ୍ଦ୍ରରେ ଲାଗିବ ସିସିଟିଭି କ୍ୟାମେରା

1 min read
+2 Exam-Aajira-Odisha

ଆଓରି-ଭୁବନେଶ୍ଵର(୨୮/୦୨) : ମ୍ୟାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଘଟଣାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୭ରୁ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ପାଇଁ କଡ଼ାକଡ଼ି ନିୟମ କରିଛନ୍ତି ସରକାର । ପରୀକ୍ଷାର୍ଥୀମାନେ ପରୀକ୍ଷା ହଲକୁ ହାତଘଣ୍ଟା ଓ ମୋବାଇଲ ଆଦି ନେବାକୁ ବାରଣ କରାଯାଇଛି । ଆଜି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି, “ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବ ଓ ମାର୍ଚ୍ଚ ୩୦ ତାରିଖରେ ସରିବ ।

ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । ଯୁକ୍ତ ୨ ପରୀକ୍ଷା ପାଇଁ ୨୦୨ଟି ହବ କରାଯାଇଛି । ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବ । ବର୍ତ୍ତମାନ ସୁଦ୍ଧା ୯୩୭ ସେଣ୍ଟରରେ ସିସି କ୍ୟାମେରା ଲଗାଯାଇ ସାରିଛି ।” ଚଳିତ ବର୍ଷ ୧୦୯୧ଟି କେନ୍ଦ୍ରରେ ଯୁକ୍ତ ୨ ପରୀକ୍ଷା ହେବ । ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ସେମାନଙ୍କର ରୋଲ ନମ୍ବର ଲେଖିବେ । ୩ ଲକ୍ଷ ୬୯ ହଜାର ଛାତ୍ରୀଛାତ୍ର ଯୁକ୍ତ ୨ ପରୀକ୍ଷା ଦେବେ । ପୁଲିସ ସୁରକ୍ଷା ବଳୟ ମଧ୍ୟରେ ପ୍ରତିଦିନ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଯିବ । ପ୍ରତ୍ୟେକ କେନ୍ଦ୍ରରେ ପୁଲିସ ମୁତୟନ କରାଯିବ । ଆଜି ସଚିବାଳୟରେ ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଗଣଶିକ୍ଷା ସଚିବ ମହାପାତ୍ର ଏହା କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.