May 19, 2024

ପ୍ରତିଶୋଧ ନେଲେ ଭାରତୀୟ ସେନା ; ମାଷ୍ଟର ମାଇଣ୍ଡ କାମରାନ ସହିତ ୨ ଆତଙ୍କବାଦୀ ନିହତ

1 min read

ଆଓରି-ନୂଆଦିଲ୍ଲୀ(୧୮/୦୨) : ପ୍ରତିଶୋଧ ନେଲେ ଭାରତୀୟ ସେନା । ଫୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ ସମେତ ୨ଜଣ ଆତଙ୍କବାଦୀ ନିହତ । ଆତଙ୍କବାଦୀ ଲୁଚି ରହିଥିବା ଘରକୁ ଉଡାଇଦେଲେ ଭାରତୀୟ ସେନା । ଏହା ସହ ଫେବୃୟାରୀ ୧୪ର ହୃଦୟଥରା ବିସ୍ଫୋରଣର ପ୍ରତିଶୋଧ ନେଇଛନ୍ତି ଭାରତୀୟ ଯବାନ ।

ଦୁଇ ଆତଙ୍କବାଦୀ ନିପାତ । ଆତଙ୍କବାଦୀମାନେ ଲୁଚି ରହିଥିବା ଘରକୁ ଉଡାଇଦେଇଛନ୍ତି ଭାରତୀୟ ଯବାନ୍ । ପୁଲୱାମା ଜିଲ୍ଲାର ପିଙ୍ଗଲିନାରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀ ଭିତରେ ମାଷ୍ଟର ମାଇଣ୍ଡ ଗାଜି ରସିଦ ଓ ସହଯୋଗୀ କାମରାନ ରହିଛି । ଏହି ଆତଙ୍କବାଦୀମାନେ ଭାଲେଣ୍ଟାଇନ ଡେରେ କଶ୍ମୀରରେ ରକ୍ତର ହୋଲି ଖେଳିଥିଲେ ।

ସୂଚନାଯୋଗ୍ୟ, ପୁଲୱାମାରେ ପିଙ୍ଗଲିନାରେ ୨/୩ଜଣ ଆତଙ୍କବାଦୀ ଲୁଚି ରହିଥିବା ଭାରତୀୟ ସେନାକୁ ଖବର ମିଳିଥିଲା । ଏହାପରେ ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା । ଗତକାଲି ରାତିଠାରୁ ଏଠାରେ ଗୁଳି ବିନିମୟ ଚାଲିଥିଲା । ତେବେ ଆଜି ସକାଳେ ଗୁଳିକାଣ୍ଡ ସମୟରେ ୪ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ଏହାର କିଛି ସମୟ ପରେ ଭାରତୀୟ ସେନା ପକ୍ଷରୁ ବଡ ପଦକ୍ଷେପ ନିଆଯାଇ ସମ୍ପୃକ୍ତ ଘରକୁ ଉଡାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.