April 18, 2024

ଆଜିର ରାଶିଫଳ

1 min read
Aajira-Odisha

ମେଷ : ଆଜିର ଚନ୍ଦ୍ରଙ୍କ ସହ ଶନି ଓ ଶୁକ୍ରଙ୍କ ସଂଯୋଗ ହେତୁ ସ୍ଵାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ। ସାମାଜିକ ସ୍ତରରେ ସମାଲୋଚନାର ମୃଦୁ ଗୁରଣ ଶୁଣିବାକୁ ମିଳପାରେ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ବନ୍ଧୁ ମିଳନ, ଦୂରଯାତ୍ରା, ଶୁଭକାର୍ଯ୍ୟରେ ସହଯୋଗ କରିପାରନ୍ତି। ଯାତ୍ରାକାଳରେ ନୂତନ ମୈତ୍ରୀ ସୃଷ୍ଟି ହେବ।

ବୃଷ : ଅଷ୍ଟମ ଚନ୍ଦ୍ରଙ୍କ ପାପଗ୍ରହ ସମ୍ବନ୍ଧରୁ ସ୍ବାସ୍ଥ୍ୟ ହାନୀ ସଙ୍ଗକୁ ବନ୍ଧୁବଗଙ୍କ ସହ ସୁସମ୍ପର୍କ ରହିବ ନାହିଁ। ଆନୁଷ୍ଠାନିକ କାର୍ଯ୍ୟ,ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। କିଛିି ଜିନିଷ ହଜାଇବା କାରଣରୁ ବିରସ ରହିବେ। ବାଣିଜ୍ୟ,ବ୍ୟବସାୟ,ବିବାଦୀୟ ପରିସ୍ଥିତି ଓ ଯାତ୍ରା କେତେକାଂଶରେ ସୁଫଳଦାୟୀ ହୋଇପାରେ।

ମିଥୁନ : ରବି ଓ ବୁଧଙ୍କ ସଂଯୋଗରୁ ବନ୍ଧୁତା ରହିଥିବା ବ୍ୟକ୍ତି ମାନଙ୍କ ଦ୍ୱାରା ପ୍ରତ୍ୟେକ କାମ କରାଇ ନେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଚେଷ୍ଠା କରୁଥିବା ଦିଗରୁ ଅର୍ଥ ପାଇବେ ଓ କାମଟି ବିଳମ୍ବରେ ହେବ। ଶିଳ୍ପ,ବାଣିଜ୍ୟ,କଳ କାରଖାନା,ହୋଟେଲ, ବ୍ୟବସାୟରୁ ସୁଫଳ ପାଇବେ।

କର୍କଟ : ମଙ୍ଗଳ ଭାଗ୍ୟସ୍ଥାନରେ କୈାଣସି ଶୁଭକାର୍ଯ୍ୟ ସକାଶେ ଅର୍ଥବ୍ୟୟ କରିପାରନ୍ତି। କୈାଣସି ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷା ଜନିତ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବ କିନ୍ତୁ ପରିସ୍ଥିତି ପ୍ରତି ସଜାଗ ରହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ।

ସିଂହ : ଆଜିର ଗ୍ରହପ୍ରଭାବରୁ କୈାଣସି ମହିଳାଙ୍କ ସାହାଯ୍ୟରେ ସ୍ଥଗିତ କାମକୁ ସମ୍ପୂର୍ଣ୍ଣ କରିବେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମକୁ ଚଳାଇ ନେବେ। ବ୍ୟବସାୟିକ କ୍ଷେତ୍ର, ମାଙ୍ଗଳିକ କାମ, ଆଲୋଚନା ସଭା,ପ୍ରଶାସନ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାରର ରହିବ।

କନ୍ୟା : ଶନି ଯୁକ୍ତ ବୁଧ ଓ ଚନ୍ଦ୍ର କାରଣରୁ ମାନସିକ ସ୍ତରରେ ଅସ୍ଥିରତା ଅନୁଭବ କରିବେ। ଅଫିସ୍‌ରେ କୈାଣସି ଖୋଜୁଥିବା ଅତ୍ୟାବଶ୍ୟକୀୟ କାଗଜପତ୍ର ନପାଇ ବ୍ୟସ୍ତ ହୋଇପାରନ୍ତି। ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଯାତ୍ରା କାଳରେ ସମଧର୍ମୀୟ ବ୍ୟକ୍ତି ସହ ସମ୍ପର୍କ ସ୍ଥାପନ ହିତକର ହେବ।

ତୁଳା : ବୃହସ୍ପତିଙ୍କ ସୁପ୍ରଭାବରୁ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ଆପଣାଛାଁଏ ସମାଧାନ ହୋଇଯିବ। ସୁବିଧା,ସୁଯୋଗ ବିଭିନ୍ନ ଦିଗରୁ ଆସି ଜୁଟିବ ଆବଶ୍ୟକତା ମଧ୍ୟ ପୂରଣ ହୋଇପାରିବ। ବାଣିଜ୍ୟାରମ୍ଭ,ଶୁଭ କାର୍ଯ୍ୟ ସମ୍ପାଦନ, ସତ୍‌ସଙ୍ଗ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରାଇବ। ବ୍ୟବସାୟ,ପରିବହନ ବାଧାପ୍ରାପ୍ତ ହେବ ନାହିଁ ।

ବିଛା : ପାପଗ୍ରହ ପ୍ରଭାବରେ ମନ ଠିକ୍‌ ନରହିବା କାରଣରୁ କୈାଣସି କଥାକୁ ଠିକ୍‌ଭାବେ ଶୁଣିିପାରିବେ ନାହିଁ କିମ୍ବା ବୁଝି ପାରିବେ ନାହିଁ। ବିଚାରଧାରା ଭିନ୍ନ ହେବା କାରଣରୁ କାର୍ଯ୍ୟପଦ୍ଧତି ମଧ୍ୟ ବିଶୃଙ୍ଖଳିତ ରହିବ। ଆକସ୍ମିକ ଭାବରେ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧିପାଇବା କାରଣରୁ ଚିନ୍ତିତ ରହିବେ। ବ୍ୟବସାୟ,ବାଣିଜ୍ୟ, ପରିବହନ, ନିର୍ମାଣାଦି କାର୍ଯ୍ୟ ଠିକଠାକ୍‌ ଚାଲିବ।

ଧନୁ : ବଳବାନ୍‌ ଶନିଙ୍କ ହେତୁ ପ୍ରବଳ ବିରୁଦ୍ଧାମତ୍କ ପରିବେଶରେ ମଧ୍ୟ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ରାଜନୀତି, ସାହିତ୍ୟ, ଗବେଷଣା, କଳା-ସଂସ୍କୃତି, ବିଦେଶ ଯାତ୍ରା, ମାଙ୍ଗଳିକ କାର୍ଯ୍ୟ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। କଥା ଦେଇଥିବା ବନ୍ଧୁଙ୍କ ପ୍ରତିଶ୍ରୁତି ଉପରେ ଭରସା କରିପାରିବେ ।

ମକର : ଆଜିର କର୍ମଜାଳରେ ବ୍ୟସ୍ତ ରହି ବନ୍ଧୁ ମାନଙ୍କ ଭିଡରେ ନିଜ ଲୋକଟିର କଥା ଶୁଣିବାକୁ ମଧ୍ୟ ବେଳ ପାଇବେ ନାହିଁ। ଅସାବଧାନତାବଶତଃ କୈାଣସି ଜିନିଷ ହଜିଯିବ କିନ୍ତୁ ଅଳ୍ପ ସମୟ ପରେ ମଧ୍ୟ ପାଇଯିବେ। ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ। ଆତ୍ମୀୟଙ୍କ ଅଶ୍ରଦ୍ଧା, ଯାତ୍ରା ଓ ବାଣିଜ୍ୟରେ ସମସ୍ୟା ପ୍ରଭୃତିର ସାମନା କରିବାକୁ ପଡିପାରେ।

କୁମ୍ଭ : ଅସାବଧାନତା ଓ ଅନ୍ୟମନସ୍କତା ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଦୂରଯାତ୍ରା,ଅର୍ଥ କାରବାର, ଶିଳ୍ପ,ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ମନ୍ଦ ନୁହେଁ। ନିକଟ ସମ୍ପର୍କୀୟ ମାନଙ୍କ ସହଯୋଗ ପାଇ କାର୍ଯ୍ୟ ହାସଲ କରିପାରିବେ। ଜମିଜମା,କଳ,କାରଖାନା,ହୋଟେଲ ଶିଳ୍ପ, ଯାତ୍ରା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ।

ମୀନ : ନିଜର ଆତ୍ମୀୟ ତଥା ସମଶ୍ରେଣୀୟ ବ୍ୟକ୍ତି ମାନଙ୍କ ଇର୍ଷା ଓ ସମାଲୋଚନାର ପାତ୍ର ହେବାକୁ ପଡିପାରେ। ଖର୍ଚ୍ଚ ପରିମାଣ କ୍ରମଶଃ ବଢିବ। ଅତୀତ ଘଟଣା ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ସାମୟିକ ମନ ଉଦାସ ରହିପାରେ। କର୍ମକ୍ଷେତ୍ର,ପଡୋଶୀଙ୍କ ସହ ଆଗାମୀ ଶୁଭକାର୍ଯ୍ୟ ସକାଶେ ଆଲୋଚନା ସାଙ୍ଗକୁ ବାଣିଜ୍ୟ,ବ୍ୟବସାୟିକ ସ୍ଥିତି ଭଲ ରହିବ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.