May 4, 2024

ଆଜିର ରାଶିଫଳ

1 min read
Aajira-Odisha

ମେଷ : ଅଷ୍ଟମସ୍ଥ ରବି ଓ ବୁଧ ପ୍ରଭାବରୁ ବିଚାର ବିଗିଡିଯିବ । ନିଜ ଲୋକମାନେ ଦାଉ ସାଧିବେ । ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ ପାଇବା ସହ କାମ ଅଟକିବ ନାହିଁ। କର୍ମକ୍ଷେତ୍ରରେ ଅକୁହା କଥାକୁ ସହକର୍ମୀଙ୍କ ଆଗରେ ବଖାଣି ବସି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିପାରେ।

ବୃଷ : ଷଷ୍ଠସ୍ଥ ଚନ୍ଦ୍ର ହେତୁ ନୂତନ କର୍ମାରମ୍ଭ ପାଇଁ ମନ୍ଦ ନୁହେଁ । କିନ୍ତୁ ଖର୍ଚ୍ଚାନ୍ତ, ବିରୋଧାଭାଷ, ପଡ଼ୋଶୀଙ୍କ ଅସହଯୋଗରୁ ଚିନ୍ତିତ ରହିବେ। ବାଣିଜ୍ୟ, ବ୍ୟବସାୟ, ଗମନାଗମନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଛୋଟ ଛୋଟ କଥାରୁ ଦୂରେଇ ରହିବା ଭଲ, ନତୁବା ଅସନ୍ତୁଷ୍ଟ ହୋଇ ବନ୍ଧୁ ସମ୍ପର୍କକୁ କ୍ଷୁଣ୍ଣ କରିପାରନ୍ତି।

ମିଥୁନ : ଧନାଧିପତିଙ୍କ ସୁପ୍ରଭାବ ଧନପ୍ରାପ୍ତିର ଚିନ୍ତାକୁ ବହୁମୁଖୀ କରାଇବ। ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରର ବିଫଳତା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଜମିଜମା, ଯାନବାହନ, ବିଦେଶ ଯାତ୍ରା, ଲେଖାପଢ଼ା କ୍ଷେତ୍ରରୁ ଉପକୃତ ହେବେ।

କର୍କଟ : ରାଶିପାଇଁ ଗ୍ରହସ୍ଥିତି ଭଲଥିବାରୁ ଯାହା କରିବେ ଭଲ ହେବ। କର୍ମକ୍ଷେତ୍ରରେ ପ୍ରତୀକ୍ଷିତ ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଖୁସି ହେବେ। ବନ୍ଧୁଙ୍କ ପ୍ରଶଂସା ସହ ଅର୍ଥ, ସମ୍ମାନ, କାର୍ଯ୍ୟସିଦ୍ଧି ମନୋବଳକୁ ଦ୍ୱିଗୁଣିତ କରିବ। ସାହିତ୍ୟ, ସଂସ୍କୃତି, କଳା, କାରିଗରି କାମରେ ଉତ୍ସାହିତ ହେବେ। ଯାନବାହନ କିମ୍ବା କୌଣସି ଯାନ୍ତ୍ରିକ ଜିନିଷ କ୍ରୟ କରିବାକୁ ମନ ବଳାଇବେ।

ସିଂହ : ଶନିକ୍ଷେତ୍ରସ୍ଥ ରବି ପ୍ରଭାବରେ ଟଣାଓଟରା ଭିତ୍ତିରେ ପ୍ରତ୍ୟେକ କାମ ସମ୍ପନ୍ନ କରିବେ। ଅସୁବିଧା ନ ହେଲେ ମଧ୍ୟ ସନ୍ତୋଷଜନକ ସ୍ଥିତି ଆସିବ ନାହିଁ। ଦୂରଯାତ୍ରା କରିବାକୁ ପଡ଼ିପାରେ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିବାକୁ ସମର୍ଥ ହେବେ। ପାରିବାରିକ ସ୍ବାସ୍ଥ୍ୟ ସମସ୍ୟାରୁ ମନ ଭଲ ରହିବ ନାହିଁ।

କନ୍ୟା : ରବି ସହ ବୁଧ ଓ କେତୁ ଶେଷ ମୁହୂର୍ତ୍ତରେ ଆପଣଙ୍କ ସପକ୍ଷରେ ଯାଉଥିବା ନିଷ୍ପତ୍ତି ବଦଳିଯାଇପାରେ। ବନ୍ଧୁଙ୍କ କାମକୁ ଅପସନ୍ଦ କଲେ ମଧ୍ୟ କିଛି କରିବାର ବାଟ ପାଇବେ ନାହିଁ। ଗୃହ ନିର୍ମାଣ, ପରିବହନ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।

ତୁଳା : କର୍ମାଧିପ ନିଜ ରାଶିରେ ରହିଥିବାରୁ ସବୁକାମ ପଛକୁ ପକାଇ ଜୀବିକାନିର୍ବାହ କର୍ମକୁ ପ୍ରାଧାନ୍ୟ ଦେବେ। ସ୍ବାସ୍ଥ୍ୟ ଅପରିବର୍ତ୍ତିତ ରହିବ। ଭୁଲ୍‌ ବୁଝାମଣାରୁ ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ। ସନ୍ତାନ ହେତୁକ କେତେକ ସମସ୍ୟା ମନକୁ ବିବ୍ରତ କରିବ। ଅଫିସ୍‌ କାମରେ ନିଜର ଅବହେଳାଜନିତ ମୃଦୁ ଗୁଞ୍ଜରଣ ଶୁଣିବାକୁ ପାଇବେ।

ବିଛା : ରୋଗାଧିପ ନକ୍ଷତ୍ରରେ ରାଶ୍ୟାଧିପ ଶତ୍ରୁତା ଓ ରୋଗପୀଡ଼ା ଜନିତ ବ୍ୟସ୍ତତା ଅନୁଭବ କରିବେ। ଯେତେ ଚେଷ୍ଟା କଲେ ମଧ୍ୟ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମ୍ପନ୍ନ ନ ହେବାରୁ ଅସନ୍ତୁଷ୍ଟ ରହିବେ। ସାଧାରଣ କଥାରୁ ପରିବାରରେ ମତାନ୍ତର ଘଟିପାରେ। ଅସାବଧାନତା ଯୋଗୁ ଦ୍ରବ୍ୟ ନଷ୍ଟ, ଧନ ହାନି ଘଟିପାରେ ।

ଧନୁ : ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ କରି ଆଶ୍ୱସ୍ତି ଲାଭ କରିବେ। ଆନୁଷ୍ଠାନିକ କାମରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। କାର୍ଯ୍ୟହାସଲର ଲକ୍ଷ୍ୟନେଇ ବନ୍ଧୁଙ୍କୁ ଆପ୍ୟାୟିତ କରିପାରନ୍ତି।

ମକର : ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଚେଷ୍ଟା କରୁଥିବା କାମ ପ୍ରତିବନ୍ଧକ ମଧ୍ୟରେ ଅଟକି ରହିପାରେ। ପରିବହନ, ନିର୍ମାଣ, ପ୍ରକାଶନ, ପ୍ରଶାସନିକ, ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ଅତୀତ ଘଟଣା ମନକୁ ଆଲୋଡ଼ିତ କରିପାରେ। ଅର୍ଥ ସଂକଟ ବନ୍ଧୁଙ୍କ ସାହାଯ୍ୟରେ ଦୂରୀଭୂତ ହେବ।

କୁମ୍ଭ : ପୁରାତନ ରୋଗର ପ୍ରାଦୁର୍ଭାବ କର୍ଯ୍ୟହାସଲ ପାଇଁ ପ୍ରତିବନ୍ଧକ ସାଜିପାରେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ବ୍ୟବସାୟ ଦିଗଟି ମନ୍ଦ ହେବନି। ଗୃହନିର୍ମାଣ, ଯାନ୍ତ୍ରିକ ଜିନିଷ କ୍ରୟ କିମ୍ବା ଜମିଜମା କ୍ରୟବିକ୍ରୟ ନେଇ ଆଲୋଚନା କରିପାରନ୍ତି।

ମୀନ : ବନ୍ଧୁଙ୍କ ସହୃଦୟତା କାରଣରୁ ଅଭାବ ଥିଲେ ମଧ୍ୟ ଆବଶ୍ୟକତା ଅପୂରଣ ରହିବ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ପଡ଼ୋଶୀଙ୍କ ସହାୟତାରେ ଦୀର୍ଘଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଆଜିର ଯାତ୍ରା ସକାଶେ ଅଷ୍ଟମଚନ୍ଦ୍ର ଅସ୍ଥିରତା ସୃଷ୍ଟି କରିପାରେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.