ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ହସ୍ତା ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ସମର୍ଥ ହେବ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ସାମୟିକ ଟେନ୍‌ସନର କାରଣ ହୋଇପାରେ। ଆଲୋଚନା ପରିସରରେ ବନ୍ଧୁଙ୍କ ସହ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛ। ସ୍ଥଗିତ ରହିଯାଇଥିବା ଆନୁଷ୍ଠାନିକ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ।

ବୃଷ : ଚନ୍ଦ୍ରଙ୍କ ପ୍ରଭାବରେ କୌଣସି ବନ୍ଧୁ କିମ୍ବା ସହକର୍ମୀଙ୍କ ପରାମର୍ଶ କାର୍ଯ୍ୟ ହାସଲରେ ସହାୟକ ହୋଇପାରିବ। ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । କାର୍ଯ୍ୟବ୍ୟସ୍ତତା ହେତୁ ମାନସିକ ଚାପ ବୃଦ୍ଧି ପାଇବା ଯୋଗୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା କଲେ କିଛି ଲାଭ ହେବନି।

ମିଥୁନ : ବନ୍ଧୁଙ୍କୁ ଆର୍ଥିକ ସାହାଯ୍ୟ କରି କିମ୍ବା ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବ୍ୟୟବରାଦ କରିବାକୁ ପଡ଼ିପାରେ । ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହେବା ବଦଳରେ ଆଗାମୀ ସମୟ ସକାଶେ ଅପେକ୍ଷା କରିବାକୁ ପଡିବ। ଆନୁଷଙ୍ଗିକ ସାହାଯ୍ୟ ଲାଭ କରି ନିର୍ମାଣର ଅପୂର୍ଣ୍ଣ କାମକୁ ଆଜି ସନ୍ଧ୍ୟା ସୁଧା ସମ୍ପୂର୍ଣ୍ଣ କରିବେ।ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

କର୍କଟ : ରାଶିରେ ରାହୁ ଓ ରାଶ୍ୟାଧିପତି ତୃତୀୟସ୍ଥ କୌଣସି ଧର୍ମକାର୍ଯ୍ୟ, ସଭାସମିତି କିମ୍ବା ନୂତନ ଯୋଜନା ପାଇଁ ଖର୍ଚ୍ଚାନ୍ତ ହେବେ। ପରିବାରର ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ଆପଣ ପରିସ୍ଥିତିକୁ ସମ୍ଭାଳି ନେବେ। ବକେୟା ଟଙ୍କା ପାଇ ସାମୟିକ ଖୁସୀ ହେବେ । ଆତ୍ମୀୟମାନେ ପରୋକ୍ଷ ଶତ୍ରୁଭାବ ପୋଷଣ କରୁଥିଲେ ମଧ୍ୟ ମୁହଁ ସାମ୍‌ନାରେ କିଛି କହି ନ ପାରନ୍ତି।

ସିଂହ : ମଙ୍ଗଳ ଅଷ୍ଟମ ଭାବରେ ରହି ପାରିବାରିକ ସ୍ଥିତି କିମ୍ବା ଚେଷ୍ଟା କରୁଥିବା କାମ ସକାଶେ ପ୍ରତିବନ୍ଧକ ସାଜିପାରନ୍ତି। କର୍ମକ୍ଷେତ୍ରରେ ମାନସିକ ଚାପଗ୍ରସ୍ତପୂର୍ବକ ପାରିବାରିକ ସମସ୍ୟାକୁ ଠିକ୍‌ ଭାବେ ବୁଝିପାରିବେନି। ସହକର୍ମୀମାନେ ଅସହଯୋଗ ମନୋଭାବ ପୋଷଣ କରିବେ। ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ ।

କନ୍ୟା : ଆଜି ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କ ବହୁ ଦିନର ଆଶା ଓ ଅଭିଳାଷକୁ ପୂରଣ କରିପାରିବ। ଆକସ୍ମିକ ଭାବରେ ବନ୍ଧୁମିଳନ ସହ ଆନୁଷ୍ଠାନିକ କ୍ଷେତ୍ରରୁ ପୁରସ୍କୃତ ହେବାର ସୂଚନା ରହିଛି। ସଭାସମିତିରେ ଚିତ୍ରା ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ ସହ ଭ୍ରମଣଜନିତ ଆନନ୍ଦ ଅନୁଭବ କରିବେ। ବ୍ୟବସାୟ ଓ ବାଣିଜ୍ୟ ବିଷୟରେ ଚିନ୍ତିତ ରହିପାରନ୍ତି।

ତୁଳା : ସକାଳୁ ସକାଳୁ ବନ୍ଧୁଙ୍କ ଆହ୍ବାନକ୍ରମେ କାମରେ ଲାଗିପଡିବେ ଏବଂ କର୍ମକ୍ଷେତ୍ରରେ ମଧ୍ୟ ଅର୍ଥ ଓ ସମ୍ମାନ ପାଇବେ। ଆଜିର ପରିସ୍ଥିତି ଏପରି ହୋଇପାରେ ଯେ ଆପଣ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ବାଧ୍ୟ ହେବେ। ଅପରାହ୍ନରେ ବିଶିଷ୍ଟ ବ୍ୟକ୍ତିଙ୍କ ସୌଜନ୍ୟରୁ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି।

ବିଛା : ଚନ୍ଦ୍ରଙ୍କ ଉପଚୟ ଓ କେନ୍ଦ୍ରସ୍ଥ ଶୁକ୍ର ଓ ମଙ୍ଗଳ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଲକ୍ଷ୍ୟ ହାସଲ କରାଇବେ । ନିଜ ଲୋକମାନଙ୍କ ଉପରେ ପୂର୍ଣ୍ଣ ଭରସା କରିବା ଠିକ୍‌ ହୋଇ ନ କପାରେ । ଆର୍ଥିକ କ୍ଷେତ୍ର, ରାଜନୈତିକ ସ୍ଥିତି, ପ୍ରଶାସନିକ କ୍ଷେତ୍ରର ସମସ୍ୟା, ବ୍ୟବସାୟିକ ଅପକର୍ଷ ଦୂରେଇଯିବ । ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ହୋଇପାରେ।

ଧନୁ : ଅଷ୍ଟମାଧିପତି କେନ୍ଦ୍ରସ୍ଥ ହୋଇ ପରିବାର ଓ କର୍ମକ୍ଷେତ୍ର ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। ଆପଣଙ୍କ ପ୍ରାପ୍ୟ ପାଇବା କ୍ଷେତ୍ରରେ ଶେଷ ମୁହୂର୍ତ୍ତରେ କୌଣସି ବ୍ୟକ୍ତିଙ୍କ ବିରୋଧ ପରିସ୍ଥିତିକୁ ଓଲଟପାଲଟ କରିଦେଇପାରେ। ଅତୀତ ଘଟଣାକୁ ବାରମ୍ବାର ମନରେ ସ୍ଥାନ ଦେଇ ଦିନରେ ଅଶାନ୍ତି ଓ ରାତିରେ ଶାନ୍ତିରେ ମଧ୍ୟ ଶୋଇପାରିବେ ନାହିଁ ।

ମକର : ସମୟର ପ୍ରତିକୂଳ ପ୍ରଭାବରେ ଦେହ ଓ ମନ ସୁସ୍ଥ ରହିବ ନାହିଁ । ଅଯଥା ମୂଲ୍ୟହୀନ କଥାରେ ଗୁରୁତ୍ୱ ଦେଇ ସମୟର ଅପଚୟ କରିପାରନ୍ତି। ବିଭିନ୍ନ ପ୍ରକାର ବିଶୃଙ୍ଖଳିତ ପରିସ୍ଥିତି ଆର୍ଥିକ,ପାରିବାରିକ ଓ ସାମାଜିକ କ୍ଷେତ୍ର ପାଇଁ ଅନୁକୂଳ ରହିବ ନାହିଁ  ଅବଶ୍ୟ କେତେକ କ୍ଷେତ୍ରରେ ନିଜର ଦୂରଦର୍ଶିତା ହେତୁ ପୂର୍ବରୁ ନିଜକୁ ସଜାଡି ନେଇପାରିବାରେ ଅସୁବିଧା ହେବ ନାହିଁ ।

କୁମ୍ଭ : ଆଜିର ଅଷ୍ଟମ ଚନ୍ଦ୍ର ବିପରୀତ ରାଜଯୋଗ ସୃଷ୍ଟି କରୁଥିବାରୁ ସମସ୍ୟା ସମାଧାନରେ ସଫଳ ହେବେ। ଆକସ୍ମିକ ଭାବରେ ସମ୍ମାନ, ବନ୍ଧୁମିଳନ କିମ୍ବା ଉପଢ଼ୌକନାଦି ପାଇବାର ଯୋଗ ରହିଛି। ଆମତ୍ୀୟମାନଙ୍କ ବ୍ୟବହାର ଇତ୍ୟାଦି ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ଯାତ୍ରା, ବ୍ୟବସାୟ, ସଭାସମିତିରେ ଲକ୍ଷ୍ୟ ହାସଲ ହୋଇପାରିବ।

ମୀନ : ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିପାରନ୍ତି। କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ସମ୍ମାନିତ ହେବାର ଯୋଗ ରହିଛି। ତ୍ୟାଗ ଓ ପରୋପକାର ପ୍ରବୃତ୍ତି କାରଣରୁ ଭଲ ପାଉ ନ ଥିବା ଲୋକ ପାଖେଇ ଆସିବେ। ନିଜ ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ବୁଝାମଣା, ନିଜର ଏକଜିଦିଆ ମନୋବୃତ୍ତିକୁ ଟିକିଏ ନିୟନ୍ତ୍ରଣ କରିପାରିଲେ ହେଲାକ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button