December 5, 2022

ଆଜିର ରାଶିଫଳ

1 min read
Aajira-Odisha

ମେଷ : ସ୍ଵାସ୍ଥାନହନ୍ତା ବୃହସ୍ପତି ଅଷ୍ଟମଭାବର ସମସ୍ତ ସମସ୍ୟାକୁ ପ୍ରତିହତ କରିବାରେ ସମର୍ଥ ହେବେ। ପୂର୍ବରୁ ଭଲ ସମ୍ପର୍କ ନଥିବା ନିଜର ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି। ଯାନବାହାନ, ହୋଟେଲ ଶିଳ୍ପ, ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସଭାସମିତିରେ କିମ୍ବା ଆଲୋଚନା ପରିସରରେ ମଧ୍ୟସ୍ଥତା କଲେ ଅପଦସ୍ଥ ହେବାକୁ ପଡ଼ିପାରେ ।

ବୃଷ : ଏକାଦଶସ୍ଥ ମଙ୍ଗଳ ଆଜି ଆପଣଙ୍କ ସକାଶେ ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପ୍ରଦାନ କରିପାରନ୍ତି। କୌଣସି ବୟସ୍କବ୍ୟକ୍ତିଙ୍କ ଶାରୀରିକ ଅସୁସ୍ଥତା ଯୋଗୁ ମାନସିକ ସ୍ଥିତି ଅପରାହ୍ନେ ଠିକ୍‌ ରହିବ ନାହିଁ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ଦ୍ୱିଧାଭାବ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ର, ଅର୍ଥ ସମ୍ପର୍କ ସହ ଆଲୋଚନା ମନ୍ଦ ହେବନାହିଁ ।

ମିଥୁନ : ଅଷ୍ଟମରେ ରାଶ୍ୟାଧିପଙ୍କ ସ୍ଥିତି ହେତୁ ସ୍ବାସ୍ଥ୍ୟ ସମସ୍ୟା କାମକୁ ନିରୁତ୍ସାହିତ କରିବ। ନିଜ ପରିସରରେ କୌଣସି ସ୍ଵଳ୍ପ ବୟସ୍କ ବାଳକ ସକାଶେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ପରାମର୍ଶକୁ ଗ୍ରହଣ କରିବେ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରି ପାରନ୍ତି। ସୌଖୀନ ଦ୍ରବ୍ୟ କ୍ରୟ କରିବା କ୍ଷେତ୍ରରେ ଖର୍ଚ୍ଚାନ୍ତ ହୋଇପାରନ୍ତି।

କର୍କଟ : ରାଶିରେ ରାହୁଙ୍କ ପ୍ରଭାବରେ ଭୁଲ୍‌ ନିଷ୍ପତ୍ତି ଗ୍ରହଣ କରି କିମ୍ବା ପରକଥାରେ ପଡି ଭୁଲ୍‌ ମାର୍ଗ ଅନୁସରଣ କରିବେ। ଅର୍ଥ ସମ୍ପର୍କୀୟ ଆଲୋଚନାରେ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇପାରନ୍ତି। ବନ୍ଧୁଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଅର୍ଥ ଓ ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟିତ ହେବେ। ଯାତ୍ରା ସମୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।

ସିଂହ : ପାରିବାରିକ ସମସ୍ୟା ବୃଦ୍ଧି ପାଇବା ସାଙ୍ଗକୁ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଅନ୍ୟମାନଙ୍କଠାରୁ କିଛି ଖବର ଶୁଣି କିମ୍ବା ମିଥ୍ୟା ଗୁଜବରେ ମନ ଚହଲିଯାଇପାରେ। ବ୍ୟବସାୟ ଓ ପରିବହନରେ ଅବଶ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । ଆର୍ଥିକ ସ୍ଥିତି କିଛି ମାତ୍ରାରେ ବଦଳିଯିବା କାରଣରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି।

କନ୍ୟା : ସକାଳୁ ସକାଳୁ କୌଣସି ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ସାମ୍ବାଦିକତା ତଥା ଏଜେନ୍ସିପରୁ ଖୁସି ରହିବେ। କର୍ମକ୍ଷେତ୍ରରେ ଆଦେଶପ୍ରାପ୍ତ ହୋଇ ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟରେ ସମସ୍ୟା ସାଙ୍ଗକୁ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦର ଆଶଙ୍କା ଦେଖାଦେବ।

ତୁଳା : ପାରିବାରିକ ସମସ୍ୟାକୁ ନିକଟ ସମ୍ପର୍କୀୟମାନଙ୍କ ସହାୟତାରେ ସୁଧାରି ନେବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ସଭାସମିତିରେ ସୁନାମ ମିଳିବ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଶଂସିତ ମଧ୍ୟ ହେବେ।

ବିଛା : ଅତୀତ ଘଟଣା ସମୂହକୁ ମନେ ପକାଇ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ । ଆନୁଷ୍ଠାନିକ କାମରେ ଦକ୍ଷତା ବୃଦ୍ଧି ପାଇପାରେ। ଅନୁରାଧା ନକ୍ଷତ୍ରର ବିଭିନ୍ନ ସମସ୍ୟାରେ ଅଟକି ରହିଥିବା ଏବଂ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ବିବାଦୀୟ ଘଟଣାରେ, ପରିବହନ କ୍ଷେତ୍ରରେ, ମାଲିମକଦ୍ଦମାରେ ଅବଶ୍ୟ ସଫଳତା ପାଇପାରିବେ ।

ଧନୁ : ଦୀର୍ଘଦିନର ଅପୂରଣୀୟ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ, ଯାହାକି ଆପଣଙ୍କ କାମଗୁଡିକ ସୁବିଧାରେ ହେବା ଦିଗରେ ଏହା ସାହାଯ୍ୟ କରିବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ସାଙ୍ଗକୁ ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା ପ୍ରତି ଆଗ୍ରହ ବଢିପାରେ।

ମକର : ନିକଟ ସମ୍ପର୍କୀୟମାନଙ୍କ ସହଯୋଗକ୍ରମେ ଆନୁଷ୍ଠାନିକ କାମରେ ସଫଳତା ଲାଭ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ । ପ୍ରଶାସନ, ଶିଳ୍ପ, ବାଣିଜ୍ୟ ବ୍ୟବସାୟ, ପରିବହନ ଓ ଏଜେନ୍ସିପରୁ ଖୁସି ରହିବେ।

କୁମ୍ଭ : ଅସଜଡା ପରିସ୍ଥିତି ମଧ୍ୟରେ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ବ୍ୟବସାୟିକ ସଫଳତା ଅବଶ୍ୟ ମିଳିବ କିନ୍ତୁ ସମ୍ପୂର୍ଣ୍ଣ ସନ୍ତୋଷଜନକ ହେବନାହିଁ। ଆଜିର ଯାତ୍ରାରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡିପାରେ। ଜମିଜମା କାରବାରରେ ବିଳମ୍ବ ହେତୁ କୌଣସି ନୂତନ ସମସ୍ୟା ଦେଖାଦେଇପାରେ।

ମୀନ : ଆଜି ଯାହା କହିବେ କିମ୍ବା କରିବେ ତାହା ସମସ୍ତ ଆପଣଙ୍କ ବିପକ୍ଷରେ ଯାଇପାରେ। ଆଜିର ଅଫିସ୍‌ କାମରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ପାରିବାରିକ କ୍ଷେତ୍ରରେ, ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେବେ। ବନ୍ଧୁଙ୍କ ସହ ଯୁକ୍ତିତର୍କ କାରଣରୁ ଛୋଟ ଛୋଟ କଥାରେ କଳହ ଲାଗିବାର ସମ୍ଭାବନା ରହିଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.